Categories: ଜାତୀୟ

୮୬ ମିନିଟ୍‌ର ଭାଷଣ: ୩୦ ଥର ଆତ୍ମନିର୍ଭର ଶବ୍ଦର ଉଚ୍ଚାରଣ

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୪ ତମ ସ୍ବାଧୀନତା ଦିବସ ଅବସରରେ ଲାଲ୍‌ କିଲ୍ଲାରୁ ଦେଶ ଉଦ୍ଦେଶ୍ୟରେ ୮୬ ମିନିଟ୍‌ର ଭାଷଣ ଦେଇଛନ୍ତି। ଏହି ସମୟରେ ସେ ଆତ୍ମନିର୍ଭର, ଆତ୍ମନିର୍ଭର ଭାରତ, କରୋନା ସଙ୍କଟ, ଆତଙ୍କବାଦ, ରିଫର୍ମ, ମଧ୍ୟମବର୍ଗ ଏବଂ କଶ୍ମୀର ଆଦି ଶବ୍ଦର ଉଚ୍ଚାରଣ କରିଛନ୍ତି। ଭାଷଣ ମଧ୍ୟରେ ସେ ୩୦ ଥର ଆତ୍ମନିର୍ଭର ଶବ୍ଦର ପ୍ରୟୋଗ କରିଛନ୍ତି। କରୋନା ସଙ୍କଟ ଆତ୍ମନିର୍ଭର ଭାରତର ସଂକଳ୍ପ ରୋକିବାକୁ ସକ୍ଷମ ହୋଇ ପାରିବ ନାହିଁ। ଦେଶର ୧୩୦ କୋଟି ଜନସାଧାରଣ ମହାମାରୀ ସମୟରେ ଆତ୍ମନିର୍ଭର ହେବାର ସଂକଳ୍ପ ନେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତବାସୀ ମେକ୍‌ ଇନ୍‌ ଇଣ୍ଡିଆ ସହିତ ମେକ୍‌ ଫର ଓ୍ବାଲର୍‌ଡ ମନ୍ତ୍ର ନେଇ ଆଗକୁ ବଢ଼ିବାର ଆବଶ୍ୟକତା ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି

Share