Categories: ଜାତୀୟ

ନିର୍ବାଚନ ପୂର୍ବରୁ ୮୬୮ କୃଷକ ହେଲେ ଦୋଷମୁକ୍ତ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…

ଲକ୍ଷ୍ନୌ,୧୬।୯: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ପକ୍ଷରୁ କୃଷକ ସନ୍ତୁଷ୍ଟି ଯୋଜନା ଆରମ୍ଭ କରାଯାଇଛି।

ପରାଳି ଜଳାଇବା ଅଭିଯୋଗରେ ରାଜ୍ୟରେ ମାମଲା ଦାଏର କରାଯାଇଥିବା ୮୬୮ ଜଣ କୃଷକଙ୍କୁ ଦୋଷମୁକ୍ତ କରାଯାଇଛି। ସେମାନଙ୍କ ବିରୋଧରେ ଅଣାଯାଇଥିବା ମାମଲାକୁ ହଟାଇ ନିଆଯାଇଛି। ଅତିରିକ୍ତ ମୁଖ୍ୟ ସଚିବ ଅଓ୍ବନୀଶ ଅଓ୍ବସ୍ତି ସୂଚନା ଦେଇଛନ୍ତି ଯେ, ରାଜ୍ୟ ସରକାର କୃଷକଙ୍କ ଦାଏର କରାଯାଇଥିବା ସମସ୍ତ ଅଭିଯୋଗ ଫେରାଇ ନେଇଛନ୍ତି। ଏବେ ସେମାନେ ଦୋଷମୁକ୍ତ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ପରାଳି ଜଳାଇବା ମାମଲା ଫେରସ୍ତ ନିଆଯିବ ସହିତ ସମସ୍ତ କୃଷକଙ୍କୁ ଜରିମାନା ମୁକ୍ତ କରାଯାଇଛି।

Share