ଫେଲ୍‌ ହେଲେ ୮୬୯୯ ପିଲା

କଟକ ଅଫିସ,୬।୭: ବୁଧବାର ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି । ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କଟକ ବୋର୍ଡ କାର୍ଯ୍ୟାଳୟରେ ଅନୁଷ୍ଠାନିକଭାବେ ଏହା ପ୍ରକାଶ କରିଛନ୍ତି । ଚଳିତ ବର୍ଷ ପାସ ହାର ୯୦.୫୫ ପ୍ରତିଶତ ରହିଥିବା ବେଳେ ବାଜିମାତ କରିଛନ୍ତି ଛାତ୍ରୀ।

ଚଳିତ ବର୍ଷ ଏପ୍ରିଲ ୨୮ରୁ ମେ ୭ ଯାଏ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ଜଣ ପିଲା ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ୫,୧୭,୮୪୭ଜଣ ପିଲା ପାସ କରିଥିବାବେଳେ ୮,୬୯୯ ଜଣ ପିଲା ଫେଲ ହୋଇଛନ୍ତି। ସେହିଭଳି ୨,୫୬,୮୭୭ଜଣ ଛାତ୍ର ପାସ କରିଥିବାବେଳେ ୨,୬୦,୯୬୦ଜଣ ଛାତ୍ରୀ ପାସ କରିଛନ୍ତି ।

Share