ମହାରାଷ୍ଟ୍ରରେ କରୋନାକୁ ହରାଇଛନ୍ତି ୮୭ ପ୍ରତିଶତ ପୋଲିସ କର୍ମଚାରୀ

ମୁମ୍ବାଇ, ୪।୧୦: ମହାମାରୀ କରୋନା ଭାଇରସ୍‌ ଦ୍ୱାରା ଭାରତରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ତାଲିକାରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ମହାରାଷ୍ଟ୍ର ପୋଲିସ ଲାଗି କରୋନା କେତେ ମାରାତ୍ମକ ସାବ୍ୟସ୍ତ ହୋଇଛି ତାହା ଗତ ୨୪ ଘଣ୍ଟାର ରିପୋର୍ଟରୁ ଜଣାପଡ଼ିଛି। ଶନିବାର ମହାରାଷ୍ଟ୍ରରେ ଆଉ ୧୯୦ ଜଣ ପୋଲିସ କର୍ମଚାରୀ କରୋନା ଚିହ୍ନଟ ହୋଇଛନ୍ତି। ଫଳରେ ଏହି ରାଜ୍ୟରେ ଭାଇରସ୍‌ ଆକ୍ରାନ୍ତ ପୋଲିସ କର୍ମଚାରୀଙ୍କ ସଂଖ୍ୟା ୨୩ ହଜାର ୮୯୭କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୨୦ ହଜାର ୮୭୧ ଜଣ ପୋଲିସ କର୍ମଚାରୀ ଏହି ମାରାତ୍ମକ ଭାଇରସ୍‌କୁ ପରାସ୍ତ କରି ଆରୋଗ୍ୟ ଲାଭ କରିସାରିଛନ୍ତି। ରାଜ୍ୟରେ ୮୭.୪୦ ପ୍ରତିଶତ ପୋଲିସ କର୍ମଚାରୀ କରୋନାକୁ ପରାସ୍ତ କରିଛନ୍ତି। ଅପରପକ୍ଷରେ ବର୍ତ୍ତମାନ ସୁଦ୍ଧା ୨୫୦ ଜଣ ପୋଲିସ କର୍ମଚାରୀ କରୋନାରେ ପ୍ରାଣ ହରାଇ ସାରିଛନ୍ତି। ଏବେ ମଧ୍ୟ ୨,୭୫୮ ଜଣ କର୍ମଚାରୀ ଚିକିତ୍ସାଧୀନ ରହିଛନ୍ତି।

Share