୭ ଟନ୍‌ ପାଉଡରରେ ୮୭ ହଜାର ବର୍ଗଫୁଟର ରଙ୍ଗୋଲି, ଖୁସି ବ୍ୟକ୍ତ କଲେ ସୋନୁ

ମୁମ୍ବାଇ: ଅଭିନେତା ସୋନୁ ସୁଦ୍‌ କିଛି ଘଣ୍ଟା ପୂର୍ବରୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ଦର୍ଶାଇଛନ୍ତି, ତାଙ୍କ ରଙ୍ଗୋଲି ଏକ ସହରରେ କିପରି ତିଆରି ହୋଇଛି। ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମହାରାଷ୍ଟ୍ରର କୋହ୍ଲାପୁର ସହରରେ ଏହି ରଙ୍ଗୋଲି ତିଆରି କରାଯାଇଥିଲା। ସୋନୁଙ୍କ ପାଇଁ ୮୭,୦୦୦ ବର୍ଗଫୁଟରେ ରଙ୍ଗୋଲି ତିଆରି କରାଯାଇଛି। କଳାକାର ଶ୍ରୀପଦ ମିରାଜକର ଏକ ସାର୍ବଜନୀନ ପାର୍କରେ ୭ ଟନ୍‌ରୁ ଅଧିକ ରଙ୍ଗୋଲି ପାଉଡର ନେଇ ସୋନୁଙ୍କ ଚିତ୍ର ତିଆରି କରିଛନ୍ତି। ଏହାକୁ ତିଆରି କରିବା ପାଇଁ ତାଙ୍କୁ ଅଧିକ ଦିନ ଲାଗିଥିଲା।

ସୋନୁ ତାଙ୍କ ଫଟୋ ସହିତ ରଙ୍ଗୋଲି ଦେଖି ଖୁସି ବ୍ୟକ୍ତ କରି କହିଛନ୍ତି, ‘ମୋ ପାଖରେ ଶବ୍ଦ ନାହିଁ, ଲୋକମାନଙ୍କର ଏତେ ଭଲପାଇବା ମୋତେ ବହୁତ ଆନନ୍ଦ ଦେଉଛି। ମୁଁ ସୋଲାପୁରର ବିପୁଲଙ୍କୁ ଧନ୍ୟବାଦ ଦେଉଛି, ଯିଏ ୮୭୦୦୦ ବର୍ଗଫୁଟର ସର୍ବ ବୃହତ ରେଙ୍ଗୋଲି ପାଇଁ ବିଶ୍ୱ ରେକର୍ଡ ସ୍ଥାପନ କରିବାରେ ଏହି ସଫଳତା ହାସଲ କରିଛନ୍ତି। ମୁଁ ତାଙ୍କ ପାଇଁ ଗର୍ବିତ।’

ସୋନୁଙ୍କ ରଙ୍ଗୋଲି ଛବି ବର୍ତ୍ତମାନ ପ୍ରତିଦିନ ହଜାର ହଜାର ଦର୍ଶକଙ୍କୁ ଆକର୍ଷିତ କରୁଛି। ତାଙ୍କର ‘ସୁଦ୍‌ ଚାରିଟି ଫାଉଣ୍ଡେଶନ’ ମାଧ୍ୟମରେ ସେ କରୋନା ମହାମାରୀ ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକ ଏବଂ ଗରିବ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନ ଏହି ଫାଉଣ୍ଡେଶନ ମାଧ୍ୟମରେ ସେ ଜନସ୍ବାସ୍ଥ୍ୟ ଏବଂ ଶିକ୍ଷା ପରି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

Share