ମାଲକାନିଗିର,୧।୧୦: ମାଲକାନିଗିରି ଚିତ୍ରକୋଣ୍ଡା ଅଞ୍ଚଳରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବେଳେ ଧରାପଡ଼ିଛି।
ଏହି ସମୟରେ ଗୌଡଗୁଡା ଛକ ନିକଟରେ ଏକ କାରଟିକୁ ଅବକାରୀ ବିଭାଗ ଅଟକାଇ ଥିଲା । ଯାଞ୍ଚ ପରେ ସେଥିରୁ ୮୮ କିଲୋ ଗଞ୍ଜେଇ ମିଳିଥିଲା । ଯାହାର ବଜାର ମୁଲ୍ୟ ୮ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ କହିଛି । ସେହିପରି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ସଞ୍ଚୟ ବିଶ୍ବାସ ନାମକ ବ୍ୟକ୍ତିଙ୍କୁ ଅବକାରୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।