୮୮% ଦୁଇ ହଜାର ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରିଛି: ଆରବିଆଇ…

ନୂଆଦିଲ୍ଲୀ,୧।୮ : ୮୮ % ଦୁଇ ହଜାର ଟଙ୍କିଆ ନୋଟଗୁଡିକର ଦେଶର ବ୍ୟାଙ୍କଗୁଡିକୁ ଫେରି ଆସିଛି। ୩୧ ଜୁଲାଇ ୨୦୨୩ ସୁଦ୍ଧା ବଜାରରେ କେବଳ ୪୨, ୦୦୦ କୋଟି ଟଙ୍କା ମୂଲ୍ୟର ନୋଟ ବାକି ଅଛି। ମଙ୍ଗଳବାର ଦିନ ଏହି ସୂଚନା ପ୍ରଦାନ କରି ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ୩୧ ଜୁଲାଇ ସୁଦ୍ଧା ୩.୧୪ଲକ୍ଷ କୋଟି ଟଙ୍କାର ୨୦୦୦ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରସ୍ତ କରାଯାଇଛି। ବର୍ତ୍ତମାନ କେବଳ ୪୨ ହଜାର କୋଟି ଟଙ୍କାର ନୋଟ ବଜାରରେ ପ୍ରଚଳିତ ହେଉଛି ।

ଆରବିଆଇ ଅନୁଯାୟୀ, ୨୦ ମେ ୨୦୨୩ଠାରୁ, ବଜାରରେ ଥିବା ଦୁଇ ହଜାର ଟଙ୍କିଆ ନୋଟର ୮୮% ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରି ଆସିଛି। ୩୧ ମାର୍ଚ୍ଚ ୨୦୨୩ ରେ, ୩.୬୨ ଲକ୍ଷ କୋଟି ଟଙ୍କାର ଦୁଇ ହଜାର ନୋଟ ବଜାରରେ ପ୍ରଚଳିତ ଥିଲା ।

Share