Posted inଜାତୀୟ

୮୮ ବର୍ଷ ପରେ କୋସି ନଦୀ ଉପରେ ଟ୍ରେନ୍‌ ଚଳାଚଳ ଆରମ୍ଭ …

ପାଟନା, ୭।୫ : ବିହାରର ଉତ୍ତର-ପୂର୍ବ ଭାଗକୁ ମିଥିଲାଞ୍ଚଳରେ କୋସି ନଦୀ ସବୁଠାରୁ ବିନାଶକାରୀ ନଦୀ ଭାବରେ ଜଣାଶୁଣା । କୋସିକୁ ବିହାରର ଦୁଃଖ ବୋଲି ମଧ୍ୟ କୁହାଯାଏ। ଏବେ କୋସି ନଦୀ ଉପରେ ପୁଣି ୮୮ ବର୍ଷ ପରେ ଟ୍ରେନ୍‌ ଚଳାଚଳ କରିଛି। ୧୯୩୪ ପର୍ଯ୍ୟନ୍ତ କୋସି ନଦୀ ଉପରେ ଥିବା ପୋଲି ଉପରେ ଟ୍ରେନ୍‌ ଚଳାଚଳ କରୁଥିଲା। ୧୯୩୪ରେ ହୋଇଥିବା ଭୂକମ୍ପରେ ପୋଲଟି ନଷ୍ଟ ହୋଇଯାଇଥିଲା।

ଏହି ପୋଲ ମଧୁବାଣୀ-ସୁପାଲ-ଦରଭଙ୍ଗା ପରି ସହରଗୁଡ଼ିକ ମଧ୍ୟରେ ଯୋଗାଯୋଗ କରୁଥିଲା। ଏବେ ୮୮ ବର୍ଷ ପରେ ୨୦୨୨ ମେ’ ୭ରେ କୋସି ନଦୀ ଉପରେ ନିର୍ମିତ ହୋଇଥିବା ପୋଲରେ ଟ୍ରେନ୍‌ ସେବା ଆରମ୍ଭ ହୋଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିଛନ୍ତି। ଏହା ଦ୍ୱାରା ମଧୁବାନୀ-ସୁପାଲ ମଧ୍ୟରେ ଦୂରତା ୧୦୦ କିଲୋମିଟର ହ୍ରାସ ପାଇବ।

ଏହା ମାଧ୍ୟମରେ ମଧୁବାଣୀ ଜିଲାର ଜାନଜପୁର ରେଳ ଷ୍ଟେଶନରୁ ନିରମାଲି ରେଳ ଷ୍ଟେଶନ ଏବଂ ନିରମାଲିରୁ ଆସାନପୁର କୁପାହା ପର୍ଯ୍ୟନ୍ତ ଟ୍ରେନ ଚଳାଚଳ କରିବ। ସେପ୍ଟେମ୍ବର ୨୦୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋସି ରେଳ ବ୍ରିଜର ଲୋକାର୍ପଣ କରିଥିଲେ। ଏହାପୂର୍ବରୁ ବହୁ ସରକାର ଦେଶକୁ ଆସିଥିଲେ ମଧ୍ୟ କେବଳ ମୋଦି ସରକାର ଏହି ପ୍ରକଳ୍ପ ଶେଷ କରିବାରେ ସଫଳ ହୋଇଥିଲେ।

ଏବେ ଏହା ମଧ୍ୟ ଦେଇ ଦରଭଙ୍ଗା ଜିଲାର ଲାହେରିଆସାରାଇ ଷ୍ଟେଶନରୁ ଜାନଜପୁର ଦେଇ ସାହାରା ପର୍ଯ୍ୟନ୍ତ ରେଳ ସେବା ସମ୍ପୂର୍ଣ୍ଣ ରୂପେ ପୁନରୁଦ୍ଧାର ହେବ। ଦୈନିକ ୩ ଯୋଡ଼ା ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ। ଏହି ଟ୍ରେନ ଗୁଡିକ ଲାହରିୟାସରାଇରୁ ସାହାରାକୁ ଦରଭଙ୍ଗା, ସାକ୍ରି, ଜାନଜପୁର,ତୈମୁରିଆ, ନିରମାଲି, ସରିଗର ଏବଂ ସୁପାଲ ଦେଇ ଚଳାଚଳ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ରହିବାକୁ ମୋର ଘର ନାହିଁ, କାହିଁକି ଏମିତି କହିଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୨ା୯: ଆମ୍‌ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ରବିବାର ଦିଲ୍ଲୀର ଜନ୍ତରମନ୍ତରରେ ଆୟୋଜିତ ହୋଇଥିବା ‘ଜନତା କି ଅଦାଲତ’ରେ ଭାଗ ନେଇଥିଲେ। ଏହା...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ…

ଲକ୍ଷ୍ନୌ,୨୨ା୯: ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ଏକ ଗ୍ୟାସ୍‌ ସିଲିଣ୍ଡର୍‌ ମିଳିଛି। ଦୁର୍ବୃତ୍ତମାନେ ଟ୍ରାକ୍‌ରେ ସିଲିଣ୍ଡର ରଖି ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରିଥିଲେ।...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

ଆଜିଠାରୁ ୧୧ ଦିନ ଧରି ଉପାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ, କାରଣ…

ହାଇଦ୍ରାବାଦ,୨୨ା୯: ତିରୁପତି ପ୍ରସାଦ ବିବାଦକୁ ନେଇ ୧୧ଦିନ ଧରି ଉପବାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ। ଆନ୍ଧ୍ରପ୍ରଦେଶରେ ତିରୁପତି ବାଲାଜୀ ମନ୍ଦିରର ପ୍ରସାଦ ଲଡୁରେ ପଶୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri