Advertisement

ଭାରତ ଯୋଡ଼ୋ ଯାତ୍ରାରେ ୮୮ ବର୍ଷୀୟ

ଦାଉସା ,୧୯।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରାକୁ ବିଭିନ୍ନ ମହଲରୁ ସମର୍ଥନ ବଢ଼ିବାରେ ଲାଗିଛି। ଏଥିରେ ଜଣେ ୮୮ ବର୍ଷୀୟ ବ୍ୟକ୍ତି ସାମିଲ ହୋଇ ହାତରେ ତ୍ରିରଙ୍ଗା ଧରି ବହୁ ମାଇଲ ପଥ ଅତିକ୍ରମ କରିଛନ୍ତି। କରୁଣା ପ୍ରସାଦ ମିଶ୍ର ନାମକ ଏହି ବୃଦ୍ଧ ଆଜିର ଭାରତର ଉଜ୍ଜ୍ୱଳ ବ୍ୟାବହାରିକତାକୁ ପୁରାତନ ଆଦର୍ଶବାଦ ସହ ଯୋଡ଼ିଛନ୍ତି।

ଉଜ୍ଜୟିନୀରୁ ସେ ଯାତ୍ରାରେ ସାମିଲ ହୋଇଥିବାବେଳେ ଶ୍ରୀନଗରର ଲାଲ୍‌ଚୌକରେ ତ୍ରିରଙ୍ଗା ଉଡ଼ାଇବା ପର୍ଯ୍ୟନ୍ତ ପଦଯାତ୍ରା ଜାରି ରଖିବେ ବୋଲି ସଂକଳ୍ପ ନେଇଛନ୍ତି। ଏପରିକି କଂଗ୍ରେସ କର୍ମୀମାନେ ତାଙ୍କୁ କାର୍‌ରେ ବସିବାକୁ କହିଲେ ମଧ୍ୟ ସେ ବସୁନାହାନ୍ତି। ଏହା ବ୍ୟତୀତ ସେ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବେ ବୋଲି କହିଛନ୍ତି। କରୁଣା ପ୍ରସାଦ ଜଣେ କୃଷକ ଓ ସାମାଜିକ କର୍ମୀ। ତାଙ୍କୁ ଘରକୁ ଫେରାଇ ନେବା ଲାଗି ପରିବାର ଲୋକେ ରାଜସ୍ଥାନରୁ କୋଟାରୁ ମଧ୍ୟପ୍ରଦେଶର ସିଧିକୁ ଆସିଥିଲେ। ତେବେ ସେ ଫେରିବାକୁ ମନା କରିଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share