୮୯ ଆଶାୟୀ ହେଲେ ପ୍ରଶାସନିକ ଅଧିକାରୀ, କମ ମାର୍କ ଯୋଗୁ ୨୦୨୨ ସଂରକ୍ଷିତ ତାଲିକାରେ ଥିଲେ…

ନୂଆଦିଲ୍ଲୀ,୨।୧୧ : ବିଭିନ୍ନ ନାଗରିକ ସେବାରେ ନିଯୁକ୍ତି ପାଇଁ ୟୁନିଅନ ପବ୍ଲିକ ସର୍ଭିସ କମିଶନ ୮୯ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛନ୍ତି। ଚଳିତ ବର୍ଷ ମେ ମାସରେ, ଆୟୋଗ ସିଭିଲ ସର୍ଭିସ ପରୀକ୍ଷା ୨୦୨୨ର ଫଳାଫଳ ଘୋଷଣା କରିଥିଲେ ଯେଉଁଥିରେ ଆଇଏଏସ, ଆଇପିଏସ ଏବଂ ଅନ୍ୟାନ୍ୟ ଭାରତୀୟ ସେବାରେ ୯୩୩ ଜଣ ପ୍ରାର୍ଥୀ ଚୟନ ହୋଇଥିଲେ। କମ ମାର୍କ ଯୋଗୁ ଏହି ୮୯ ପ୍ରାର୍ଥୀଙ୍କୁ ସଂରକ୍ଷିତ ତାଲିକାରେ ରଖାଯାଇଥିଲା ।

ସେମାନଙ୍କ ଦ୍ୱାରା ପ୍ରାପ୍ତ ମାର୍କ ଆଧାରରେ ଆୟୋଗ ବର୍ତ୍ତମାନ ଏହି ପ୍ରାର୍ଥୀଙ୍କୁ ବିଭିନ୍ନ ସେବାକୁ ପଠାଇବାକୁ ପରାମର୍ଶ ଦେଇଛନ୍ତି। ଆୟୋଗଙ୍କ ଅନୁଯାୟୀ ସେମାାନଙ୍କ ମଧ୍ୟରେ ସାଧାରଣ ବର୍ଗର ୬୫ ଜଣ ପ୍ରାର୍ଥୀ, ୭ ଜଣ ଅର୍ଥନୈତିକ ପଛୁଆ ବର୍ଗ, ୧୫ ଜଣ ପଛୁଆ ବର୍ଗ, ଜଣେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ଜଣେ ପ୍ରାର୍ଥୀ ଅଛନ୍ତି।

ଏହି ପ୍ରାର୍ଥୀଙ୍କୁ କର୍ମଚାରୀ ଏବଂ ତାଲିମ ବିଭାଗ ଦ୍ୱାରା ନିଯୁକ୍ତି ବିଷୟରେ ଅବଗତ କରାଯିବ। ମେନ୍‌ ପରୀକ୍ଷାର ଫଳାଫଳ ୨୩ ମେ ୨୦୨୩ ରେ ପ୍ରକାଶ ପାଇଥିଲା। କେନ୍ଦ୍ରୀୟ ପର୍ସନାଲ ଏବଂ ଟ୍ରେନିଂ ବିଭାଗର ଚାହିଦା ଅନୁଯାୟୀ ପରୀକ୍ଷାରେ ମୋଟ ୧,୦୨୨ ପଦବୀ ଚୟନ କରାଯାଉଥିଲା।

Share