ବ୍ଲାକ୍‌ ଫଙ୍ଗସ୍‌ ନେଲା ୮୯ ଜୀବନ: ଦିଲ୍ଲୀରେ ଏପର୍ଯ୍ୟନ୍ତ ହଜାରେରୁ ଊର୍ଦ୍ଧ୍ୱ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ,୩।୬: ଗତ କିଛି ଦିନ ପରେ ରାଜଧାନୀ ଦିଲ୍ଲୀରେ କାରୋନାର ସଂକ୍ରମଣ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ପଜିଟିଭ୍‌ ହାର ୧ପ୍ରତିଶତରୁ କମ୍‌ ରହିଛି। ଗୋଟିଏ ପଟେ କରୋନା ଆଶ୍ୱସ୍ତିକର ଖବର ଆଣିିଥିବା ବେଳେ ଅନ୍ୟପଟେ ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ ସରକାରଙ୍କ ନିଦ ହଜାଇଦେଇଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ ୮୯ଜଣ ରୋଗୀଙ୍କ ଜୀବନ ନେଇସାରିଛି ବ୍ଲାକ୍‌ ଫଙ୍ଗସ୍‌। ସୂଚନା ମୁତାବକ ରାଜ୍ୟରେ ଏପର୍ଯ୍ୟନ୍ତ ୧୦୪୪ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୨ଜଣ ସୁସ୍ଥ ହୋଇଥିବା ବେଳେ ୯୬୩ ସକ୍ରିୟ ମାମଲା ରହିଛି। କେବଳ ସରକାରୀ ହସ୍ପିଟାଲରେ ୬୫୦ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ପାଇଁ ଏବେ ଇଞ୍ଜେକ୍ସନ ବାଧକ ସାଜିଛି। ଇଞ୍ଜେକ୍ସନ ଅଭାବରା ରୋଗୀଙ୍କ ଉପଯୁକ୍ତ ଚିକିତ୍ସା କରାଯାଇପାରୁନାହିଁ। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୂଚନା ଦେଇଛନ୍ତି।

Share