ଆଜି ରାଜ୍ୟରୁ ୮୯୧୪ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୬,୫୯୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୭୧,୫୩୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୦୮୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୮୩୩ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୨୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୯୨ ଏବଂ କଟକରୁ ୫୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୩୩୧, ବାଲେଶ୍ୱର ୧୭୯, ବରଗଡ଼ ୪୫୨, ଭଦ୍ରକ ୩୫୧, ବଲାଙ୍ଗୀର ୨୯୧, ବୌଦ୍ଧ ୧୭୫, ଦେବଗଡ଼ ୧୦୩, ଢେଙ୍କାନାଳ ୧୪୯, ଗଜପତି ୧୬୫, ଗଞ୍ଜାମ ୨୬୨, ଜଗତସିଂହପୁର ୧୦୯, ଯାଜପୁର ୨୩୨, ଝାରସୁଗୁଡ଼ା ୩୦୪, କଳାହାଣ୍ଡି ୨୩୬, କନ୍ଧମାଳ ୬୨, କେନ୍ଦ୍ରାପଡ଼ା ୧୩୨, କେନ୍ଦୁଝର ୧୦୪, କୋରାପୁଟ ୧୪୫, ମାଲକାନଗିରି ୭୩, ମୟୂରଭଞ୍ଜ ୧୩୪, ନବରଙ୍ଗପୁର ୪୩୩, ନୟାଗଡ଼ ୧୯୪, ନୂଆପଡ଼ା ୨୭୮, ପୁରୀ ୫୩୦, ରାୟଗଡ଼ା ୧୫୭, ସମ୍ବଲପୁରରୁ ୫୨୦ ଏବଂ ସୋନପୁରରୁ ୧୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୨୫୫।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪,୭୧,୫୩୬ରେ ପହଞ୍ଚିଥିବା ବେଳେ ୩,୯୭,୫୭୫ଜଣ ସୁସ୍ଥ ହୋଇଛନ୍ତି। ୭୧,୮୩୫ ଜଣ ଚିକିିତ୍ସିତ ହେଉଛନ୍ତି।

Share