Categories: ବାଣିଜ୍ୟ

ବିଓଏମ୍‌ର ୮୯ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୮।୯: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ୮୯ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ପ୍ରମୁଖ ବିଭାଗ ଓ ହିତାଧିକାରୀଙ୍କ ସହ ଏକ ଋଣନୀତିକ ବୈଠକର ଅନୁଷ୍ଠିତ ହୋଇଯାଇଛି। ସେହିଭଳି ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଏକ୍ସପୋର୍ଟ ଅର୍ଗାନାଇଜେଶନ (ଫିଓ)ର ସକ୍ରିୟ ସହଯୋଗରେ ଏକ୍ସପୋଟର୍ସମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା। ଅପରପକ୍ଷରେ ‘ଏକ୍ସପୋର୍ଟ ଓରିଏଣ୍ଟେଡ୍‌ ଦକ୍ଷତା ବିକାଶ’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ବିଓଏମ୍‌ ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ପ୍ରବନ୍ଧକ ଆଲୋକ କୁମାର ମିଶ୍ର ରପ୍ତାନିକାରୀଙ୍କୁ ସମ୍ବୋଧିତ କରିବା ସହ ବ୍ୟାଙ୍କର ସଫଳ ପ୍ରଦର୍ଶନ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ରାଜ୍ୟରେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ସମୁଦାୟ ୪୯ଟି ଶାଖା ରହିଛି ଏବଂ ବ୍ୟାଙ୍କ ଅକ୍ଟୋବର ୨୦୨୩ ସୁଦ୍ଧା ୩ଟି ଶାଖା ଏବଂ ଆର୍ଥିକ ବର୍ଷ ୨୦୨୩-୨୪ ସୁଦ୍ଧା ୯ ଶାଖା ଖୋଲିବାକୁ ଯୋଜନା ରଖିଛି।

ବ୍ୟାଙ୍କ ସହ ସକ୍ରିୟ ଭାବେ ଜଡିତ ରହି ରାଜ୍ୟବାସୀଙ୍କୁ ସେବା ପ୍ରଦାନ କରିବାର ସୁଯୋଗ ପ୍ରଦାନ କରୁଥିବାରୁ ନୀତି ନିର୍ଣ୍ଣାୟକମାନଙ୍କୁ ବ୍ୟାଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଉଛି। ବ୍ୟାଙ୍କ ଏହାର ପ୍ରୟାସରେ ସରକାରଙ୍କୁ ସେବା ଯୋଗାଇବା ପାଇଁ ବିଭିନ୍ନ ଡିଜିଟାଇଜେଶନ ପଦକ୍ଷେପ ଗ୍ରହଣ କରୁଛି। ରୂପେଶ ବିଶ୍ୱାସ, ସହାୟକ ମହାପ୍ରବନ୍ଧକ, ଫରେକ୍ସ ମାର୍କେଟିଂ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ରପ୍ତାନିକାରୀଙ୍କ ପାଇଁ ବ୍ୟାଙ୍କର ସୁପରିକଳ୍ପିତ ଯୋଜନା ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ସୁବିଧା ବିଷୟରେ ଅବଗତ କରାଇଥିଲେ।

Share