ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ସୋମବାରଠାରୁ ଅଫଲାଇନରେ ଅଷ୍ଟମ ଶ୍ରେଣୀ ପଠାପଢ଼ା ଆରମ୍ଭ ହେବ। କ୍ଳାସ ରୁମ୍ରେ ପାଠ ପଢି଼ିବେ ଛାତ୍ରୀଛାତ୍ର। ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟ୍ୟାହ୍ନ ୧୨.୩୦ଟା ପର୍ଯ୍ୟନ୍ତ ଚାଲିବ ପାଠପଢା। ଉଭୟ ଅଫ୍ଲାଇନ ଏବଂ ଅନ୍ଲାଇନରେ ପଢିପାରିବେ ଛାତ୍ରୀଛାତ୍ର। ଯେଉଁ ଛାତ୍ରୀଛାତ୍ର ଅଫଲାଇନରେ ପଢିବେ ସେମାନେ ସେମାନଙ୍କର ଅଭିଭାବକଙ୍କ ଅନୁମତି ଆଣିବା ବାଧ୍ୟତାମୂଳକ କରାଯାଇଛି।
କିନ୍ତୁ ସ୍କୁଲ୍ରେ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବନି। ତାହା ବଦଳରେ ଛାତ୍ରୀଛାତ୍ରଙ୍କୁ ପୂର୍ବ ଭଳି ଶୁଖିଲା ରାସନ ପ୍ରଦାନ କରାଯିବ । କୋଭିଡ୍ ନିୟମବଳୀ ଓ ସାମାଜିକ ଦୂରତା ଅନୁସରଣ କରି ବିଦ୍ୟାଳୟଗୁଡ଼ିକ ପୁନଃ ଖୋଲିବା ସହ ହଷ୍ଟେଲ ମଧ୍ୟ ଖୋଲାଯିବ। ସେହିପରି ହଷ୍ଟେଲରେ ମଧ୍ୟ ରହିବାକୁ ଚାହଁୁଥିବା ଛାତ୍ରୀଛାତ୍ର ଅଭିଭାବକଙ୍କ ଅନୁମତି ଆଣିବେ।