ବାରିପଦା ଅଫିସ,୮ା୧: ମୟୂରଭଞ୍ଜ ଜିଲା ପୋଲିସ ବିଭାଗରେ ସାମାନ୍ୟ ଅଦଳବଦଳ କରାଯାଇଛି। ଜିଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ନିର୍ଦ୍ଦେଶକ୍ରମେ ୮ଜଣ ଥାନା ଅଧିକାରୀଙ୍କୁ ଜିଲା ମଧ୍ୟରେ ଅଦଳବଦଳ କରାଯାଇଛି। ବିଭାଗୀୟ ଚିଠି ନଂ. ୭୩/୮ା୧ା୨୦୨୩ ଅନୁସାରେ ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର ସେନାପତିଙ୍କୁ ଭଞ୍ଜପୁର ନୂତନ ଥାନା ଅଧିକାରୀ ଭାବେ ନିଯୁକ୍ତ ଦିଆଯାଇଛି। ଏଥି ସହିତ ରାଇରଙ୍ଗପୁର ଟାଉନ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେଙ୍କୁ ବାରିପଦା ଟାଉନ ଥାନା, ଖୁଣ୍ଟା ଥାନା ଅଧିକାରୀ ସ୍ବର୍ଣ୍ଣଲତା ମିଞ୍ଜଙ୍କୁ ରାଇରଙ୍ଗପୁର ଟାଉନ ଥାନା, ରାସଗୋବିନ୍ଦପୁର ଥାନାଧିକାରୀ ଲୋପାମୁଦ୍ରା ନାୟକଙ୍କୁ ଖୁଣ୍ଟା ଥାନା, କରଞ୍ଜିିଆ ଥାନାଧିକାରୀ ରଞ୍ଜନ କୁମାର ସେଠୀଙ୍କୁ ରାସଗୋବିନ୍ଦପୁର ଥାନା, ପୋଲିସ ମୁଖ୍ୟାଳୟରେ ଥିବା ସୁଚନ୍ଦ୍ର ମହାଳିକ ଓ ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ଯଥାକ୍ରମେ କରଞ୍ଜିିଆ ଓ ରରୁଆଁ ଥାନାଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି।
ସେହିପରି ରରୁଆଁ ଥାନାଧିକାରୀ ଦୟାନିଧି ଦାସଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସମସ୍ତେ ନିର୍ଦ୍ଦେଶ ପ୍ରାପ୍ତି ମାତ୍ରେ ତୁରନ୍ତ ନୂତନ ସ୍ଥାନରେ କାର୍ଯ୍ୟରେ ଯୋଗଦେବାକୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।