ଲକ୍ଷ୍ନୌ,୧।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଛୋଟ ଦୀପାବଳି ଅର୍ଥାତ୍ ନଭେମ୍ବର ୩ରେ ଅଯୋଧ୍ୟାରେ ଥିବା ରାମ କି ପ୍ୟାଡି ଘାଟରେ ନଅ ଲକ୍ଷ ୫୧ ହଜାର ଦୀପ ଜାଳିବାର ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟକୁ ସଫଳ କରିବା ପାଇଁ ରାମ କି ପ୍ୟାଡି ଘାଟରେ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଅଯୋଧ୍ୟା ସହରର ସମସ୍ତ କଲେଜର ଛାତ୍ରୀଛାତ୍ରଙ୍କୁ ଏଥିରେ ସହଯୋଗ କରିବାକୁ କୁହାଯାଇଛି। ଏତଦ ବ୍ୟତୀତ, ୪୯ ସଂସ୍ଥା ସେମାନଙ୍କର ୧୪୦୦୦ ସ୍ବେଚ୍ଛାସେବୀମାନଙ୍କ ସହିତ ଏବେ ରାମ କି ପ୍ୟାଡି ଘାଟରେ ଦୀପ ସଜାଇବା ପାଇଁ କାର୍ଯ୍ୟ କରୁଛନ୍ତ। ଏହି ଦୀପଗୁଡ଼ିକ ସୋମବାର ଏବଂ ମଙ୍ଗଳବାର ଦିନ ଦୁଇ ଦିନ ପାଇଁ ଆକର୍ଷଣୀୟ କ୍ରମରେ ରଖାଯିବ। ଏହା ପରେ, ଛୋଟ ଦୀପାବଳୀ ଅର୍ଥାତ୍ ବୁଧବାର ଦିନ ସେମାନେ ଆଲୋକିତ ହେବେ। ଏହିପରି ସଂଖ୍ୟକ ଦୀପ ଜାଳିବା ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ କରାଯିବ ବୋଲି ଆୟୋଜକମାନେ କହିଛନ୍ତି। ଏଥିପାଇଁ ଗିନିଜ ବୁକ ର ଅଧିକାରୀମାନଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଛି। ମଙ୍ଗଳବାର ଘାଟରେ ଉପସ୍ଥିତ ରହି ସେମାନେ ଦୀପ ଗଣନା କରିବେ।