Categories: ଜାତୀୟ

ସୀମାରୁ ମିଳିଲା ୧୦ କେଜି ସୁନା, ୧୧.୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ, ୫।୭: ଭାରତ ଏବଂ ବାଂଲାଦେଶ ସୀମାରେ ବିଏସ୍‌ଏଫ୍‌ ଯବାନଙ୍କୁ ବଡ଼ ସଫଳତା ମିଳିଛି । ବିଏସ୍‌ଏଫ୍‌ ଏବଂ ଡି
ଆର୍‌ଆଇ ମିଳିତ ଭାବେ ଏକ ଅପରେସନ୍‌ କରିଥିବା ବେଳେ ସୁରକ୍ଷାବଳ ହାତରେ ଲାଗିଛି ୯.୬ କୋଜିର ସୁନା ଏବଂ ୧୧.୫ ଲକ୍ଷ ନଗଦ ଟଙ୍କା । ସୀମା ଦେଇ ଚାଲାଣ କରାଯାଉଥିବା ବେଳେ ଏହା ଧରାପଡ଼ିଛି । ଏଥିସହ ଏହାକୁ ଚାଲାଣ କରୁଥିବା ୭ ଜଣଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ ବଙ୍ଗର ନଦିଆ ଜିଲାରେ ମୁତୟନ ହୋଇଥିବା ୬୮ ବାଟାଲିୟନ୍‌ର ବିଏସ୍‌ଏଫ୍‌ ଯବାନ ରାଜସ଼୍ବ ଗୁପ୍ତଚର ନିର୍ଦ୍ଦେଶାଳୟ ସହ ମିଶି ଏହି ଅପରେସନ୍‌ କରିଥିଲେ । ଏହି ସମୟରେ ସୀମାନଗରରୁ ୭ ଜଣ ସୁନା ଚୋରା ଚାଲାଣକାରୀଙ୍କୁ ସେମାନେ ଧରିଥିଲେ । ସେମାନଙ୍କ ନିକଟରୁ ୧୬ଟି ସୁନା ଇଟା ଏବଂ ଏକ ସୁନା ବିସ୍କୁଟ ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୭ କୋଟି ହେବ ବୋଲି ଜଣାପଡିଛି।

Share