Categories: ଜାତୀୟ

୯.୭୯ ଲକ୍ଷ କେନ୍ଦ୍ରୀୟ ପଦବୀ ଖାଲିପଡ଼ିଛି

ନୂଆଦିଲ୍ଲୀ, ୨୧ା୭: କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଗତବର୍ଷ ମାର୍ଚ୍ଚ ସୁଦ୍ଧା ୪୦.୩୫ ଲକ୍ଷ ପଦବୀ ମଧ୍ୟରୁ ୯.୭୯ ଲକ୍ଷ ପୋଷ୍ଟ ଖାଲି ପଡ଼ିଥିବା କାର୍ମିକ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ବୁଧବାର ଲୋକ ସଭାରେ ସୂଚନା ଦେଇଛନ୍ତି। ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ଗୁଡ଼ିକରେ ୪୦,୩୫,୨୦୩ ପଦବୀ ପୂରଣ ନିମନ୍ତେ ସ୍ବୀକୃତି ମିଳିଥିଲା ବୋଲି ସେ କହିଛନ୍ତି। ସେଥିମଧ୍ୟରୁ ୩୦,୫୫,୮୭୬ ପୋଷ୍ଟ ପୂରଣ ହୋଇଛି। ପଦବୀ ସୃଷ୍ଟି କରିବା ଏବଂ ସେଗୁଡ଼ିକୁ ପୂରଣ କରିବା ଦାୟିତ୍ୱ ସମ୍ପୃକ୍ତ ମନ୍ତ୍ରଣାଳୟ ଓ ବିଭାଗର। ଏହା ଏକ ନିରନ୍ତର ପ୍ରକ୍ରିୟା। ତେଣୁ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଆକ୍ସନ ମୋଡରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପଦବୀଗୁଡ଼ିକ ପୂରଣ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି।

Share