୫ ବର୍ଷରେ ୯.୯୦ ଟ୍ରିଲିଅନ ବ୍ୟାଙ୍କ ଋଣ ଛାଡ଼

ଭୁବନେଶ୍ୱର, ୭।୮(ଅନୁରାଧା ମହାରଣା): ଗତ ୫ ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡ଼ିକ ୯.୯୦ ଟ୍ରିଲିଅନ ଟଙ୍କା ମୂଲ୍ୟର ଋଣ ଛାଡ଼ କରିଛନ୍ତି। ମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟ ସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି, ୨୦୨୩-୨୪ ମଧ୍ୟରେ ବ୍ୟାଙ୍କଗୁଡିକ ଦ୍ୱାରା ଋଣ ଛାଡ଼ ୧.୭୦ ଟ୍ରିଲିଅନ ଟଙ୍କା ରହିଛି ଯାହା ପୂର୍ବ ଆର୍ଥିକ ବର୍ଷରେ ୨.୦୮ ଟ୍ରିଲିଅନ ଥିଲା। ୨୦୧୯-୨୦ ମଧ୍ୟରେ ସର୍ବାଧିକ ୨.୩୪ ଟ୍ରିଲିଅନ ଟଙ୍କା ୬ର ଛାଡ଼ ଥିଲା। ଏହା ପରବର୍ତ୍ତୀ ବର୍ଷ ୨.୦୨ ଟ୍ରିଲିଅନ ଏବଂ ୨୦୨୧-୨୨ରେ ୧.୭୪ ଟ୍ରିଲିଅନ ଟଙ୍କାକୁ ହ୍ରାସ ପାଇଥିଲା। ବ୍ୟାଙ୍କଗୁଡିକର ବୋର୍ଡ ଦ୍ୱାରା ଅନୁମୋଦିତ ଆର୍‌ବିଆଇ ନିର୍ଦ୍ଦେଶାବଳୀ ଏବଂ ନୀତି ଅନୁଯାୟୀ, ୪ ବର୍ଷ ପୂରଣ ହେବା ପରେ ଏନ୍‌ପିଏଗୁଡିକ ଋଣ ଛାଡ଼ ଜରିଆରେ ସମ୍ପୃକ୍ତ ବ୍ୟାଙ୍କର ବାଲାନ୍ସ ଶିଟ୍‌ରୁ ହଟାଇ ଦିଆଯାଇଛି। କଂଗ୍ରେସ ସଭ୍ୟ ରଣଦୀପ୍‌ ସୂର୍ଯ୍ୟେୱାଲା ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଋଣପରିଶୋଧକାରୀମାନେ ଋଣ ପରିଶୋଧ ପାଇଁ ଦାୟୀ ଅଟନ୍ତି ଏବଂ ବ୍ୟାଙ୍କଗୁଡିକ ସେମାନଙ୍କ ନିକଟରେ ଉପଲବ୍ଧ ବିଭିନ୍ନ ପୁନରୁଦ୍ଧାର ପ୍ରଣାଳୀ ମାଧ୍ୟମରେ ରାଇଟ୍‌ ଅଫ୍‌ ଆକାଉଣ୍ଟରେ ଆରମ୍ଭ ହୋଇଥିବା ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଗତ ୫ ବର୍ଷ ମଧ୍ୟରେ ୯.୯ ଟ୍ରିଲିଅନ ଟଙ୍କା ରାଇଟ୍‌ ଅଫ ତୁଳନାରେ, ପୁନରୁଦ୍ଧାର ୧.୮୪ ଟ୍ରିଲିଅନ ଟଙ୍କା ବା ମୋଟ ରାଇଟ୍‌ ଅଫ୍‌ ୧୮ ପ୍ରତିଶତ ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ତଥ୍ୟ ଅନୁଯାୟୀ, ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଧାର୍ଯ୍ୟ ବାଣିଜି୍ୟକ ବ୍ୟାଙ୍କ (ଏସ୍‌ସିବି)ର ମୋଟ ଏନ୍‌ପିଏ (ଜିଏନ୍‌ପିଏ) ୮,୯୬,୦୮୨ କୋଟି ଟଙ୍କା (ଜିଏନ୍‌ପିଏ ଅନୁପାତ ୮.୨୧ ପ୍ରତିଶତ) ରହିଥିଲା। ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୭,୩୫,୦୫୧ କୋଟି ଟଙ୍କା (ଜିଏନ୍‌ପିଏ ଅନୁପାତ ୭.୩୩ ପ୍ରତିଶତ), ୨୦୨୨ ସୁଦ୍ଧା ୭,୪୨,୩୯୭ କୋଟି ଟଙ୍କା (ଜିଏନ୍‌ପିଏ ଅନୁପାତ ୫.୮୨ ପ୍ରତିଶତ), ୨୦୨୩ ସୁଦ୍ଧା ଏହା ୫,୭୧,୫୪୪ କୋଟି ଟଙ୍କା (ଜିଏନ୍‌ପିଏ ଅନୁପାତ ୩.୮୭ ପ୍ରତିଶତ) ଏବଂ ୨୦୨୪ ସୁଦ୍ଧା ୪,୮୦,୬୮୭ କୋଟି (ଜିଏନ୍‌ପିଏ ଅନୁପାତ ୨.୭୫ ପ୍ରତିଶତ)କୁ ହ୍ରାସ ପାଇଛି। ସେ କହିଛନ୍ତି, ଏହା ସୂଚାଉଛି ଯେ ଗତ ୫ ବର୍ଷ ମଧ୍ୟରେ ଏସ୍‌ସିବିରେ ଗ୍ରସ୍‌ ଏନ୍‌ପିଏ ହ୍ରାସ ପାଉଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଚୌଧୁରୀ କହିଛନ୍ତି, ଅନ୍ୟ ବୈଶ୍ୱିକ ଆର୍ଥିକ ପ୍ରତିଷ୍ଠାନଗୁଡିକ ସହିତ ଜଡିତ ସଙ୍କଟ ଯୋଗୁ ଭାରତୀୟ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ବିଶେଷ ପ୍ରଭାବିତ ହୋଇନାହିଁ। ଭାରତୀୟ ବ୍ୟାଙ୍କଗୁଡିକର ଲିକ୍ୟୁଡିଟି କଭରେଜ ଅନୁପାତ (ଏଲ୍‌ସିଆର୍‌) ଜାନୁଆରୀ-ଜୁନ୍‌ ୨୦୨୪ ମଧ୍ୟରେ ଶତ ପ୍ରତିଶତ ନିୟାମକ ସୀମା ଅଧୀନରେ ୧୩୦ ପ୍ରତିଶତରୁ ଅଧିକ ରହିଥିଲା। ଏଥିସହ ସେ କହିଛନ୍ତି , ପ୍ରତିକୂଳ ମୂଲ୍ୟ ଗତିବିଧି କାରଣରୁ ଉତ୍ପନ୍ନ ବଜାର ବିପଦ ପାଇଁ ଭାରତୀୟ ବ୍ୟାଙ୍କଗୁଡିକର ନିବେଶ ପୋର୍ଟଫୋଲିଓ ମୁଖ୍ୟତଃ ସ୍ଥିର ରହିଥିବା ସେ କହିଛନ୍ତି। ସେ କହିଛନ୍ତି, ୨୦୧୭-୧୮ ମଧ୍ୟରେ ଏସ୍‌ସିବି ୩୨,୪୩୭ କୋଟି ଟଙ୍କା କ୍ଷତି ସହିଥିବାବେଳେ ୨୦୧୭-୨୪ ମଧ୍ୟରେ ସେମାନଙ୍କର ନେଟ୍‌ ଲାଭ ୩,୪୧,୬୭୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏସ୍‌ସିବି ଗୁଡ଼ିକର ପୁଞ୍ଜି ଅନୁପାତ ୨୦୧୮ ସୁଦ୍ଧା ୧୩.୮୫ ପ୍ରତିଶତରୁ ୨୦୨୪ ସୁଦ୍ଧା ୧୬.୮୪ ପ୍ରତିଶତକୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri