ଭୁବନେଶ୍ୱର,୨୧।୬(ବ୍ୟୁରୋ): ଏଆଇସିସିର ଡ଼କରା ପରେ ରାଜ୍ୟର ୯ କଂଗ୍ରେସ ବିଧାୟକ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଯିବେ। ବିଧାୟକ ତାରାପ୍ରସାଦ ବାହିନୀପତି ଏ ନେଇ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ନ୍ୟାଶନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରୁଥିବା ବେଳେ ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ଜାରି କରିଛନ୍ତି । ଇତିମଧ୍ୟରେ ରାହୁଲଙ୍କୁ ୪ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରିସାରିଲାଣି । ମଙ୍ଗଳବାର ମଧ୍ୟ ରାହୁଲଙ୍କୁ ଜେରା ପାଇଁ ଡକାଯାଇଛି । ଏହାକୁ ବିରୋଧ କରି ଚାଲିଥିବା ସତ୍ୟାଗ୍ରହକୁ ଜୋରଦାର କରିବାକୁ ରଣନୀତି ପ୍ରସ୍ତୁତ ପାଇଁ ବିଧାୟକଙ୍କୁ ଦିଲ୍ଲୀ ଡାକରା ହୋଇଥିବା ସୂଚନା ମିଳିଛିି । ଏହାସହ ଦଳୀୟ ସଙ୍ଗଠନ ନେଇ ମଧ୍ୟ ଆଲୋଚନା କରାଯିବ।