୯ କର୍ମଚାରୀଙ୍କୁ କରୋନା, ୪୮ ଘଣ୍ଟା ପାଇଁ ସିଲ୍‌ ହେଲା ହୋଟେଲ

ଲକ୍ଷ୍ନୌ,୩।୩: ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଏକ ହୋଟେଲର ୯ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଅନ୍ୟପକ୍ଷରେ ହୋଟେଲକୁ ୪୮ ଘଣ୍ଟା ପାଇଁ ସିଲ୍‌ କରି ଦିଆଯାଇଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି କର୍ମଚାରୀମାନଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବାରୁ ପଜିଟିଭ ଆସିଥିଲା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୨୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ କାହାର ମୃତ୍ୟୁ ହୋଇନାହିଁ।

ସୂଚନାଯୋଗ୍ୟ, ବର୍ତ୍ତମାନ ମହାରାଷ୍ଟ୍ର, କେରଳ, କର୍ନାଟକ, ପଞ୍ଜାବ ଏବଂ ତାମିଲନାଡୁରେ କରୋନା ଭୂତାଣୁ ପୁଣି କାୟା ବିସ୍ତାର କଲାଣି।

Share