୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର: ୧୧୩ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ୱର, ୨୯।୧(ବ୍ୟୁରୋ): ରାଜ୍ୟରେ ଆଉ ୯ଜଣ ଅଧିକାରୀଙ୍କୁ ଶୁକ୍ରବାର ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୭ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା ରହିଥିବା ବେଳେ ୨ ଅଧିକାରୀଙ୍କୁ ଅପାରଗତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏପର୍ଯ୍ୟନ୍ତ ୧୧୩ ଜଣ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।
ଦୁର୍ନୀତି ଓ ଅପରାଗତା ପାଇଁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ- ଖଣି ବିଭାଗର ଉପନିର୍ଦ୍ଦେଶକ ମଦନ ମୋହନ ବିଶ୍ୱାଳ, ଶ୍ରମ ବିଭାଗର ଯୁଗ୍ମ କମିଶନର ଶରତ ଚୌଧୁରୀ, ଗଜପତିର ଡିଭିଜନାଲ ଶ୍ରମ କମିଶନର ନମିତା ଦାସ, ଖଣି ଅଧିକାରୀ ଗ୍ରୁପ-କ ପାହ୍ୟାର ରମେଶ ଚନ୍ଦ୍ର ମହାଲିକ, ସୁନ୍ଦରଗଡ଼ ଜନସ୍ବାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ସତ୍ୟନାରାୟଣ ପ୍ରଧାନ, ଜଙ୍ଗଲ ବିଭାଗ ସହକାରୀ ବନ ସଂରକ୍ଷକ ଲକ୍ଷ୍ମଣ ପ୍ରଧାନ, ଜଙ୍ଗଲ ବିଭାଗ ରେଞ୍ଜ ଅଧିକାରୀ ଭରତ କୁମାର ଘଡେଇ, ବଲାଙ୍ଗୀର ମୁରିବାହାଲ ଫରେଷ୍ଟ ରେଞ୍ଜ ଅଧିକାରୀ ପ୍ରଶାନ୍ତ ନାୟକ, ରାୟଗଡ଼ା ଜିଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇ ଅଛନ୍ତି। ଏପର୍ଯ୍ୟନ୍ତ ୧୧୩ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଭାବେ ଅବସର ଦେଇଛନ୍ତି।

Share