ପିତା ଶ୍ରମିକ, ଝିଅ ବ୍ୟାଙ୍କ୍‌ ଆକାଉଣ୍ଟରେ ଅଛି ୯ କୋଟି ୯୯ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ଲକ୍ଷ୍ନୌ,୨୨।୯: ଉତ୍ତର ପ୍ରଦେଶର ବାଲିଆ ଜିଲାର ବାଂଶଡିହ ଅଞ୍ଚଳର ରୁକୁନପୁରା ଗାଁରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଗାଁର ଜଣେ ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୯ କୋଟି ୯୯ ଲକ୍ଷ ଟଙ୍କା ଆସିଥିଲା। ଏହା ଦେଖି ଯୁବତୀ ଜଣଙ୍କ ମା’ଙ୍କ ସହିତ ବ୍ୟାଙ୍କରେ ପହଞ୍ଚିଥିଲେ। ବ୍ୟାଙ୍କ୍‌ କର୍ମଚାରୀମାନେ ଆକାଉଣ୍ଟକୁ ଟଙ୍କା ଆସିଥିବା ଟଙ୍କା ସ୍ପଷ୍ଟ କରିଥିଲେ। ଏବେ ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟ କାରବାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ମାମଲାରେ ଯୁବତୀ ଜଣଙ୍କ ଏକ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି।
ରୁକୁନପୁରା ଗାଁର ସୁବେଦାର ସାହାଣୀଙ୍କ ଝିଅ ସରୋଜଙ୍କର ଆହ୍ଲାବାଦ ବ୍ୟାଙ୍କର ଏକ ଆକାଉଣ୍ଟ ଅଛି। ନିଜ ଆକାଉଣ୍ଟରେ ଏତେ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବ୍ୟାଙ୍କ କର୍ମଚାରୀମାନେ ସୂଚନା ଦେଇଛନ୍ତି ଯେ, ତାଙ୍କ ଆକାଉଣ୍ଟରେ ଜମା ହୋଇଥିବା ଅର୍ଥ ହେଉଛି ୯ କୋଟି ୯୯ ଲକ୍ଷ ୪ ହଜାର ୭ ଶହ ୩୬ ଟଙ୍କା। କର୍ମଚାରୀମାନେ ଏହା ମଧ୍ୟ କହିଛନ୍ତି ଯେ, ବ୍ୟାଙ୍କ ମ୍ୟାନେଜମେଣ୍ଟ ତାଙ୍କ ଆକାଉଣ୍ଟ କାରବାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଅନେକ ଥର ଏହି ବ୍ୟାଙ୍କ ଆକାଣ୍ଟରୁ ଟଙ୍କା କାରବାର କରାଯାଇଥିଲା। ଏହି ଜାଣିବା ପରେ ସରୋଜ ଆଶ୍ଚର୍ଯ୍ୟ ହୋଇଥିଲେ। ଏନେଇ ସେ ପୋଲିସର ଆଶ୍ରୟ ନେଇଛନ୍ତି।

Share