Categories: ଜାତୀୟ

କାନ୍ଥ ଭୁଷୁଡିବା ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ସହୟତା ରାଶି ଘୋଷଣା

ଲକ୍ଷ୍ନୌ,୧୬।୯: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ହଜରତଗଞ୍ଜରେ ଏକ ନିର୍ମାଣଧୀନ କାନ୍ଥ ଭୁଷୁଡି ପଡିବା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ସହୟତା ରାଶି ଘୋଷଣା କରିଛନ୍ତି।
ତେବେ ପ୍ରବଳ ବର୍ଷା ଯୋଗୁ କାନ୍ଥ ଭୁଷୁଡି ପଡିଥିବା କୁହାଯାଉଛି।

Share