ମିିଳିଲାନି ମଦ: ସାନିଟାଇଜର ପିଇ ୯ ମୃତ

ନୂଆଦିଲ୍ଲୀ, ୩୧।୭: ମଦ ନ ମିଳିବାରୁ ସାନିଟାଇଜର ପିଇ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଘଟିଛି ଆନ୍ଧ୍ରପ୍ରଦେଶର ପ୍ରକାସନ ଜିଲାରେ।
ପ୍ରକାସ ଯେ, ଲକ୍‌ଡାଉନ୍‌ ଯୋଗୁ ଏହି ସହର ଏବଂ ଏହାର ଆଖପାଖ ଅଞ୍ଚଳର ସମସ୍ତ ମଦ ଦୋକାନ ବନ୍ଦ ଥିଲା। ତେଣୁ ପ୍ରତିଦିନ ମଦପାନ କରୁଥିବା କିଛି ଲୋକ ବିକଳ୍ପ ନ ପାଇଁ ହାତପାଇଁ ବ୍ୟବହାର ହେଉଥିବା ସାନିଟାଇଜର ପାଣିରେ ମିଶାଇ ପିଉଥିଲେ। ଏହି ଘଟଣାରେ ଗୁରୁବାର ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶୁକ୍ରବାର ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ଜଣ ଭିକାରୀ ଥିବା ଜଣାପଡ଼ିଛି। ଏ ନେଇ ସ୍ପଷ୍ଟ କରିଛନ୍ତି ପ୍ରକାଶମ ଜିଲା ଏସ୍‌ପି ସିଦ୍ଧାର୍ଥ କୌଶଲ। ସମସ୍ତ ମୃତକ ଗତ ୧୦ ଦିନ ହେବ ସାନିଟାଇଜର ପିଉଥିବା ସେମାନଙ୍କ ପରିବାର ଲୋକେ କହିଥିବା ଏସ୍‌ପି କହିଛନ୍ତି।

Share