କରୋନାରୁ ସୁସ୍ଥ ହେବାପରେ ଦେଖାଦେଉଛି ପାର୍ଶ୍ୱ ପ୍ରତିକ୍ରିୟା: ୧୦ରୁ ୯ ଜଣଙ୍କର ରହିଛି ଏହି ସମସ୍ୟା

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ମାତ୍ର କୋଟି କୋଟି ସଂଖ୍ୟାର ଲୋକ ଏହି ମରାମାରୀରୁ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ଏଥିରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ନିକଟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।
ଦକ୍ଷିଣ କୋରିଆରେ ହୋଇଥିବା ଏକ ପ୍ରାଥମିକ ଅଧ୍ୟୟନ ଅନୁଯାୟୀ, ୧୦ କରୋନା ରୋଗୀଙ୍କ ମଧ୍ୟରୁ ୯ ଜଣଙ୍କ ନିକଟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। ଯେପରିକି ଥକ୍କା ଲାଗିବା, ଏକାଗ୍ରତାରେ ଅସୁବିଧା, ଗନ୍ଧ ଏବଂ ସ୍ବାଦ ଜଣା ନ ପଡ଼ିବା ଆଦି। ଏହି ପରୀକ୍ଷଣ ୯୬୫ ଜଣ କରୋନା ରୋଗରୁ ସୁସ୍ଥ ହୋଇଥିବା ରୋଗୀଙ୍କ ଉପରେ ଅନ୍‌ଲାଇନ୍‌ ସର୍ଭେ ହୋଇଥିଲା। ସେଥିରୁ ୮୭୯ ଜଣ (୯୧.୧ପ୍ରତିଶତ) କହିଥିଲେ, ସେମାନେ ଅତିକମ୍‌ରେ ଗୋଟିଏ ପାର୍ଶ୍ୱ ପ୍ରତିକ୍ରିୟାରେ ପୀଡିତ ଅଛନ୍ତି। କରୋନା ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ଏଜେନ୍ସି(କେଡିସିଏ)ର ଅଧିକାରୀ ନୋ-ଜୁନ୍‌-ଓକ୍‌ ଏହି ସୂଚନା ଦେଇଛନ୍ତି।
ସେ କହିଥିଲେ ଯେ, ୨୬.୨ ପ୍ରତିଶତ ଲୋକଙ୍କ ନିକଟରେ ଥକ୍କାପଣ ହେଉଛି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା। ୨୪.୫ ପ୍ରତିଶତ ଲୋକ କୌଣସି ଜିନିଷ ଉପରେ ଏକାଗ୍ରତା କରିପାରୁ ନ ଥିବା କହିଥିଲେ।

Share