Categories: ଜାତୀୟ

କାଫେରେ ଆଇଇଡି ବିସ୍ଫୋରଣ: ୯ ଗୁରୁତର

ବେଙ୍ଗାଲୁରୁ,୧।୩: ବେଙ୍ଗାଲୁରୁର କୁଣ୍ଡାଲାହାଲି ଅଞ୍ଚଳରେ ଥିବା ଲୋକପ୍ରିୟ ରାମେଶ୍ୱରମ୍‌ କାଫେରେ ଶୁକ୍ରବାର ଆଇଇଡି ବୋମା ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୯ଜଣ ଗୁରୁତର ହୋଇଥିବା କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଗଣମାଧ୍ୟମକୁ କହିଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଖବର ପାଇ ଏନ୍‌ଆଇଏର ଏକ ଟିମ୍‌, ବମ୍‌ ସ୍କ୍ବାଡ୍‌ ଏବଂ ଫୋରେନ୍‌ସିକ ଲାବୋରୋଟାରୀର ଏକ ଟିମ୍‌ କାଫେରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆକ୍ରମଣରେ ଇମ୍ପ୍ରୋଭାଇଜଡ୍‌ ବିସ୍ଫୋରକ ଉପକରଣ (ଆଇଇଡି) ବ୍ୟବହାର କରାଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, କାଫେରେ କୌଣସି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇ ନ ଥିବାବେଳେ ଏକ ବ୍ୟାଗରୁ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି। ବିସ୍ଫୋରଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Share