ସେଲ୍‌ ଚାବି ହାତେଇ ୯ କଏଦୀ ଫେରାର

କୋହିମା,୨୦।୧୧: ନାଗାଲାଣ୍ଡର ମୋନ୍‌ ଜିଲା କାରାଗାରରୁ ୯ଜଣ ଅନ୍ତେବାସୀ ଫେରାର ଥିବା ଜଣାପଡିଛି। ପୋଲିସ ସେମାନଙ୍କୁ ଧରିବାକୁ ତଲାସି ଅଭିଯାନ ଜାରି ରଖିଛି। ଫେରାର କଏଦୀଙ୍କ ମଧ୍ୟରେ କେତେଜଣ ବିଚାରାଧୀନ କଏଦୀ ଥିବାବେଳେ କେତେକ ହତ୍ୟା ମାମଲାରରେ ସମ୍ପୃକ୍ତ ଥିବା ସୂଚନା ମିଳିଛିି।

ଶନିବାର ଭୋର୍‌ରେ ଜେଲରେ ଥିବା ୯ ଅନ୍ତେବାସୀ କୌଣସି ପ୍ରକାରେ ସେଲ୍‌ ଚାବି ସଂଗ୍ରହ କରି ଖସିପଳାଇବାକୁ ସମର୍ଥ ହୋଇଥିଲେ। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Share