Categories: ଜାତୀୟ

ଓଲଟିଲା କାର୍‌: ଜଣେ ଯବାନଙ୍କ ସମେତ ଚାଲିଗଲା ୯ ଜୀବନ

ଶ୍ରୀନଗର,୨୬।୫: ଜମ୍ମୁ-କଶ୍ମୀରର ଗାଣ୍ଡେରବାଲ ଜିଲାରେ ଗୁରୁବାର ଏକ ଅଭାବନୀୟ ଘଟିଛି। ଶ୍ରୀନଗର-ଲେହ ଜାତୀୟ ରାଜପଥରେ ଏକ ଘାଟିକୁ କାର୍‌ ଓଲଟି ପଡିବାରୁ ଜଣେ ଯବାନଙ୍କ ସମେତ ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। କାର୍‌ଟି କାର୍‌ଗିଲରୁ ଶ୍ରୀନଗର ଅଭିମୁଖେ ଯାଉଥିଲା। ଦୁର୍ଘଟଣାର କାରଣ ସ୍ବଷ୍ଟ ଜଣାପଡିନାହିଁ। ଏ ନେଇ ପୋଲିସ ତଦନ୍ତ ଚଳାଇଛି।
କାର୍‌ ଓଭଟି ପଡିବା ଖବର ପାଇ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବାକି ୫ ଜଣଙ୍କ ହସ୍ପିଟାଲ୍‌ରେ ଆଖି ବୁଜିଥିଲେ।

Share