Categories: ଜାତୀୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୯ ମୃତ, ୨୦ ଆହତ

ମୁମ୍ବାଇ, ୪।୭: ମହାରାଷ୍ଟ୍ରର ଧୁଲେ ଜିଲାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଟ୍ରକ୍‌ଟି ଭାରସାମ୍ୟ ହରାଇ ଅନ୍ୟ ଗାଡି ଏବଂ ହୋଟେଲ ସହ ଧକ୍କା ହୋଇଛି।
ପୋଲିସର ସୂଚନାନୁସାରେ, ମୁମ୍ବାଇଠାରୁ ୩୦୦ କିଲୋମିଟର ଦୂରରେ ଥିବା ଧୁଲେ ଜିଲାର ପାଲାସନର ଗ୍ରାମ ନିକଟ ମୁମ୍ବାଇ-ଆଗ୍ରା ରାଜପଥରେ ଏହି ଦୁର୍ଘଟଣା ଘଟିଛି।

Share