ଓଲଟିଲା ଯାତ୍ରୀବାହୀ ବୋଟ୍‌

ବେଜିଂ, ୧୯।୯: ଚାଇନାର ଗୁଇଝୋଉ ପ୍ରଦେଶରେ ରବିବାର ଏକ ଯାତ୍ରୀବାହୀ ବୋଟ୍‌ ଓଲଟି ପଡ଼ିଛି। ଫଳରେ ୯ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୟ ୬ ଜଣ ନିଖୋଜ ଅଛନ୍ତି। ମୃତ୍ୟୁ ସଂଖ୍ୟା ବଢିପାରେ। ସ୍ଥାନୀୟ ସମୟ ଅପରାହ୍ନ ୪ଟା ୫୦ରେ ଜାଙ୍ଗକେ ନଦୀରେ ଏହି ଦୁର୍ଘଟଣା ଘଟିଥିଲା। ବୋଟ୍‌ର ଯାତ୍ରୀ କ୍ଷମତା ୪୦ ଥିବାବେଳେ ଅଧିକ ଲୋକଙ୍କୁ ନେଇ ଯାଉଥିବାରୁ ଏଭଳି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି। ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୫୦ ବୋଟ୍‌ ସମେତ ୧୭ଟି ଟିମ୍‌ ନିୟୋଜିତ ହୋଇଛନ୍ତି।

Share