ସିରିଆରେ ଦ୍ୱିତୀୟ ଥର ଏୟାରଷ୍ଟ୍ରାଇକ କଲା ଆମେରିକା, ୯ମୃତ

ଡାମାସକସ,୯।୧୧: ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଥମି ନ ଥିବାବେଳେ ପୂର୍ବ ସିରିଆରେ ଆମେରିକାରେ ସୈନ୍ୟ ଆକ୍ରମଣ କରିଛନ୍ତି । ୟୁଏସର ଏୟାରଷ୍ଟ୍ରାଇକରେ ଇରାନ ସମର୍ଥିତ ଗୋଷ୍ଠୀର ୯ ଜଣଙ୍କ ମୃତ୍ୟୁ ଘଟିଛି । ଇରାନ ସମର୍ଥିତ ମିଲିସିଆ ପକ୍ଷରୁ ବ୍ୟବହାର କରାଯାଉଥିବା ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ଆମେରିକା ଏହି ଆକ୍ରମଣ କରିଛି ।
୨ଟି ଏଫ-୧୫ ଯୁଦ୍ଧ ବିମାନ ଜରିଆରେ ଇରାନର ରିବୋଲ୍ୟୁ ଶନରି ଗାର୍ଡ ସହ ଜଡ଼ିତ ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ଆମେରିକା ଏୟାରଷ୍ଟ୍ରାଇକ କରିଛି । ଏନେଇ
ସୂଚନା ଦେଇଛନ୍ତି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ଼ ଅଷ୍ଟିନ ।

ସୂଚନାଯୋଗ୍ୟ, ଏହି ୨ ସପ୍ତାହ ମଧ୍ୟରେ ଆମେରିକା ଦ୍ୱିତୀୟଥର ପାଇଁ ସିରିଆରେ ଆକ୍ରମଣ କରିଛି ଆମେରିକା।

Share