Posted inଜାତୀୟ

ଏପ୍ରିଲରୁ ହଟିବ ୯ ଲକ୍ଷ ସରକାରୀ ଗାଡ଼ି

ନୂଆଦିଲ୍ଲୀ,୩୧।୧: କେନ୍ଦ୍ର ଓ ରାଜ୍ୟ ସରକାର, ପରିବହନ ନିଗମ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ରହିଥିବା ୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ୯ ଲକ୍ଷରୁ ଅଧିକ ଗାଡ଼ି ଆସନ୍ତା ଏପ୍ରିଲ ୧ରୁ ରାସ୍ତାରୁ ହଟାଇ ଦିଆଯିବ। ସେଗୁଡ଼ିକ ସ୍ଥାନରେ ନୂଆ ଗାଡ଼ି ବ୍ୟବହାର କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଇଥାନୋଲ, ମିଥାନୋଲ, ବାୟୋ-ସିଏନ୍‌ଜି, ବାୟୋ-ଏଲ୍‌ଏନ୍‌ଜି ଏବଂ ବିଦ୍ୟୁତ ଚାଳିତ ଯାନ ବ୍ୟବହାର ବଢ଼ାଇବା ଲାଗି ସରକାର ଅନେକ ପଦକ୍ଷେପ ନେଇଥିବା ଫିକ୍କି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଗଡକରୀ କହିଛନ୍ତି। ପ୍ରଦୂଷଣ ସୃଷ୍ଟି କରୁଥିବା ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଗାଡ଼ିକୁ ହଟାଇ ତାହା ସ୍ଥାନରେ ବିକଳ୍ପ ଇନ୍ଧନରେ ଚାଲୁଥିବା ନୂଆ ଯାନ ଆଣିବା ପ୍ରସ୍ତାବକୁ ସରକାର ଅନୁମୋଦନ କରିସାରିଛନ୍ତି। ଏହାଦ୍ୱାରା ପ୍ରଦୂଷଣ ବହୁ ପରିମାଣରେ ହ୍ରାସ ପାଇବ ବୋଲି ସଡ଼କ ପରିବହନ ମନ୍ତ୍ରୀ ଗଡକରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ୟାସିନ ମଲିକଙ୍କୁ ଜମ୍ମୁ-କଶ୍ମୀର ନେଲେ ବିଗିଡିଯାଇପାରେ ତାଙ୍କ ସ୍ବାସ୍ଥ୍ୟ’,ସୁପ୍ରିମକୋର୍ଟରେ ସିବିଆଇର ଦଲିଲ

ନୂଆଦିଲ୍ଲୀ,୨୧।୧୧: ଗୁରୁବାର ଅର୍ଥାତ୍‌ ୨୧ ନଭେମ୍ବରରେ ଜମ୍ମୁ କୋର୍ଟରେ ୟାସିନ ମଲିକ ହାଜର ହେବା ନିଷ୍ପତ୍ତି ବିରୋଧରେ ସିବିଆଇର ଚ୍ୟାଲେଞ୍ଜକୁ ନେଇ ସୁପ୍ରିମକୋର୍ଟରେ ଏକ ଶୁଣାଣି...

ବଦଳିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅଫିସ୍‌ ଆସିବା ସମୟ

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ କେନ୍ଦ୍ର ସରକାର ଏହାର କର୍ମଚାରୀଙ୍କ ପାଇଁ ଭିନ୍ନ-ଭିନ୍ନ କାର୍ଯ୍ୟ ସମୟ ଘୋଷଣା କରିଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଦ୍ୱାରା...

ମୋତେ ବିବାହ କରିବ….୯ମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରପୋଜ୍‌ କଲେ ଶିକ୍ଷକ: ଆଉ ତା’ପରେ…

ଲକ୍ଷ୍ନୌ,୨୧।୧୧: ଉତ୍ତର ପ୍ରଦେଶର ଆମରୋହାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମଣ୍ଡି ଧନୌରା ଅଞ୍ଚଳର ଏକ ଇଣ୍ଟର କଲେଜରେ ଜଣେ ଶିକ୍ଷକ ନବମ ଶ୍ରେଣୀର ଛାତ୍ରୀଙ୍କୁ...

କେତେ ପେନସନ ପାଇବେ ପୂର୍ବତନ ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ଼? ଅବସର ପରେ କ’ଣ ସବୁ ପାଇବେ ସୁବିଧା

ନୂଆଦିଲ୍ଲୀ,୨୧।୧୧: ଭାରତର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୁଡ଼ ୧୦ ନଭେମ୍ବରରେ ଅବସର ନେଇଛନ୍ତି। ନିକଟରେ ସିଜେଆଇଙ୍କ ଅବସର ପରେ ତାଙ୍କ ଆଗାମୀ ଯୋଜନା ବିଷୟରେ...

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କେଜରିଓ୍ବାଲଙ୍କୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀ ହାଇକୋର୍ଟ ଗୁରୁବାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଥିବା ମାମଲାର ଶୁଣାଣି ସ୍ଥଗିତ ରଖିବାକୁ ମନା...

ସ୍ବାମୀଙ୍କୁ ଖୋଜି ଖୋଜି ଚେନ୍ନାଇରୁ ବରେଲିରେ ପହଞ୍ଚିଲେ ଗର୍ଭବତୀ, ଆଉ ତା’ପରେ ଯାହା ଦେଖିଲେ, ଗୋଡ଼ ତଳୁ ଖସିଗଲା ମାଟି

ଚେନ୍ନାଇ,୨୧।୧୧: ଇନଷ୍ଟାଗ୍ରାମରେ ବନ୍ଧୁତା, ପ୍ରେମ ଏବଂ ବିବାହ ପରେ ଧୋକା। ଚେନ୍ନାଇର ଜଣେ ଯୁବତୀ ପ୍ରେମରେ ଧୋକା ପାଇଛନ୍ତି। ଗର୍ଭବତୀ ଥିବା ଏହି ଯୁବତୀ ସ୍ବାମୀଙ୍କୁ...

ଫଳାଫଳ ପୂର୍ବରୁ ଏମ୍‌ଭିଏରେ ଫାଟ: ମୁହାଁମୁହିଁ ହେଲେ ସଞ୍ଜୟ-ନାନା ପାଟୋଲେ

ପୁଣେ,୨୧।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ମତଦାନ ବୁଧବାର ଶେଷ ହୋଇଛି। ଏହାର ଗୋଟିଏ ଦିନ ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ...

ମନମୋହନ ସିଂ, ଇନ୍ଦିରା ଗାନ୍ଧୀ, ଜବାହରଲାଲ ନେହେରୁ ସମସ୍ତଙ୍କୁ ପଛରେ ପକାଇ ବିଦେଶ ମାଟିରେ ରେକର୍ଡ କଲେ ମୋଦି

ନୂଆଦିଲ୍ଲୀ,୨୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଗୁୟାନା ସଂସଦର ଏକ ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିବେ। ଏହି ସମ୍ବୋଧନ ତାଙ୍କର ବଢୁଥିବା ବିଶ୍ୱ ସ୍ତରୀୟ ନେତୃତ୍ୱରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri