୯ ଲକ୍ଷ ରୋଗୀଙ୍କୁ ଅକ୍ସିଜେନ ଦିଆଯାଇଛି: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, ୯।୫(ପି.ଟି.): ଦେଶରେ ୧,୭୦,୮୪୧ କରୋନା ରୋଗୀଙ୍କୁ ଭେଣ୍ଟିଲେଟର ଯୋଗାଇ ଦିଆଯାଇଥିବାବେଳେ ୯,୦୨,୨୯୧ ଜଣଙ୍କୁ ଅକ୍ସିଜେନ୍‌ ଯୋଗାଇ ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଶନିବାର କହିଛନ୍ତି। ମନ୍ତ୍ରୀ ଗୋଷ୍ଠୀ ଭର୍ଚୁଆଲ ବୈଠକରେ ମହାମାରୀ ସ୍ଥିତିକୁ ନେଇ ହୋଇଥିବା ଆଲୋଚନାରେ ମନ୍ତ୍ରୀ କହିଥିଲେ ୧.୩୪ ପ୍ରତିଶତ କୋଭିଡ୍‌ ରୋଗୀଙ୍କୁ ଆଇସିୟୁ ଯୋଗାଇ ଦିଆଯାଇଥିବାବେଳେ ୦.୩୯ ପ୍ରତିଶତଙ୍କୁ ଭେଣ୍ଟିଲେଟର ଏବଂ ୩.୭୦ ପ୍ରତିଶତଙ୍କୁ ଅକ୍ସିଜେନ୍‌ ସପୋର୍ଟ ଯୋଗାଇ ଦିଆଯାଇଛି।

Share