୯ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଷ୍ଟ୍ରପତି

କଲମ୍ବୋ,୨୦ା୫: ଆର୍ଥିକ ସଙ୍କଟ ଏବଂ ଋଣଗ୍ରସ୍ତ ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ଧିରେ ଧିରେ ଦୂର ହେବାକୁ ଯାଉଛି। ଦେଶରେ ସମ୍ପୂର୍ଣ୍ଣ କ୍ୟାବିନେଟ୍‌ ଗଠନ ପର୍ଯ୍ୟନ୍ତ ସ୍ଥିରତା ସୁନିଶ୍ଚିତ କରିବାକୁ ଶୁକ୍ରବାର ୯ ଜଣ ନୂଆ କ୍ୟାବିନେଟ ମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଆଜି ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ କ୍ୟାବିନେଟରେ ୨୫ ଜଣ ସଦସ୍ୟ ରହିବେ।

ଏହି ନୂଆ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ପରେ ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ହସ୍ତାନ୍ତର କରାଯାଇଛି। ନିମଲ ସିରିପାଲା ଡା ସିଲ୍‌ଭାଙ୍କୁ ନୌସେନା ଏବଂ ବିମାନ ସେବା ମନ୍ତ୍ରୀ, ସୁଶୀଲ ପ୍ରେମଜୟନ୍ତଙ୍କୁ ଶିକ୍ଷାମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିବାବେଳେ କେହେଲିଆ ରାମବୁକେଲା ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜୟଦାସ ରାଜପାକ୍‌ସେ ଆଇନମନ୍ତ୍ରୀ, କାରାଗାର ବ୍ୟାପାର, ସାମ୍ବିଧାନିକ ସଂସ୍କାର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ନିଯୁକ୍ତ ଅନ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ ପର୍ଯ୍ୟଟନ ଏବଂ ଭୂମି ମନ୍ତ୍ରୀ ଭାବରେ ହରିନ ଫର୍ନାଣ୍ଡୋ, ବୃକ୍ଷରୋପଣ ଶିଳ୍ପ ମନ୍ତ୍ରୀ ଭାବରେ ରମେଶ ପାଥିରାନା, ଶ୍ରମ ଏବଂ ବୈଦେଶିକ ନିଯୁକ୍ତି ମନ୍ତ୍ରୀ ଭାବରେ ମନୁଷା ନାନାୟାକରା, ବାଣିଜ୍ୟ ଏବଂ ଖାଦ୍ୟ ସୁରକ୍ଷା ମନ୍ତ୍ରୀ ଭାବରେ ନାଲିନ ଫର୍ନାଣ୍ଡୋ ଏବଂ ସୁରକ୍ଷାମନ୍ତ୍ରୀ ଭାବେ ଜନ ତିରନ ଆଲେସଙ୍କୁ ଦାୟିତ୍ୱ ଦିଆଯାଇଛି।

Share