Categories: ଜାତୀୟ

ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ୯ ମେଡ଼ିକାଲ କଲେଜ ଉପହାର…

ଲକ୍ଷ୍ନୌ,୨୫।୧୦: ଉତ୍ତରପ୍ରଦେଶରେ ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ୯ଟି ମେଡ଼ିକାଲ କଲେଜ ଉପହାର ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟରେ ସାଧାରଣ ସ୍ବାସ୍ଥ୍ୟ ସେବାରେ ବିକାଶ ହୋଇପାରିବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା ମେଡିକାଲ କଲେଜଗୁଡ଼ିକ ସିଦ୍ଧାର୍ଥନଗର, ଇଟାହ, ହରଦୋଇ, ପ୍ରତାପଗଡ଼, ଫତେପୁର, ଦେଓରିଆ, ଗାଜିପୁର, ମିର୍ଜାପୁର ଏବଂ ଝୁନ୍‌ପୁରରେ ରହିଛି।

ଭାଜପାର ମିଶନ-୨୦୨୨ ଅନ୍ତର୍ଗତ ଏଭଳି କରାଯାଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ମେଡ଼ିକାଲ କଲେଜ ସ୍ଥାପନ ଦ୍ୱାରା ରାଜ୍ୟର ସମସ୍ତଙ୍କୁ ନିଶ୍ଚିତ ସ୍ବାସ୍ଥ୍ୟ ସେବା ମିଳି ପାରିବ। କାହାର ଆଉ ଚକିତ୍ସା ଅଭାବରୁ ମୃତ୍ୟୁ ଘଟିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବାଞ୍ଚଳ ପୂର୍ବ ଭାରତର ମେଡ଼ିକାଲ ହବ୍‌ ଭାବେ ଖ୍ୟାତି ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏସବୁ ମେଡ଼ିକାଲ କଲେଜ ନିର୍ମାଣରେ ୨୨୩୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ସହିତ ପ୍ରଧାନମନ୍ତ୍ରୀ ୫,୧୮୯ କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମିତ ହୋଇଥିବା ୨୮ ପରିଯୋଜନାର ଲୋକାର୍ପଣ କରିଛନ୍ତି।

 

Share