Categories: ଜାତୀୟ

ଗୋଟିଏ ପରିବାରର ୯ଜଣଙ୍କ ଆତ୍ମହତ୍ୟା

ସାଙ୍ଗଲି,୨୦।୬: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅମ୍ବିକାନଗରରେ ଥିବା ଏକ ଘରୁ ସୋମବାର ଗୋଟିଏ ପରିବାରର ୯ଜଣଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି। ଏହାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ କରିବା ସହ ଏହା ଏକ ସାମୂହିକ ଆତ୍ମହତ୍ୟା ବୋଲି କହିଛି।
ସୂଚନାଯୋଗ୍ୟ, ଉକ୍ତ ଘରେ ମାଣିକ ବନମୋର ଏବଂ ପୋପଟ ବନମୋର ୨ଭାଇଙ୍କ ସପରିବାର ରହୁଥିଲେ। ରବିବାର ରାତିରେ ବିଷ ପିଇ ସେମାନେ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ମା’, ୨ପୁଅ ତାଙ୍କ ପତ୍ନୀ ଓ ପିଲାମାନେ ରହିଥିବା ଜଣାପଡ଼ିଛି। ସୋମବାର ସକାଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହେଲେ ଆତ୍ମହତ୍ୟାର କାରଣ ଏବେ ବି ଅସ୍ପଷ୍ଟ ରହିଛି।

Share