ପ୍ଲାଷ୍ଟିକ ପାଣି ଟବ୍‌ରେ ପଡ଼ିଗଲେ ୯ ମାସର ଶିଶୁ

ନବରଙ୍ଗପୁର,୪।୧୦: ଖେଳୁଥିଲେ ଭାଇ ଭଉଣୀ। କିନ୍ତୁ ଛପି ବସିଥିଲା ମୃତ୍ୟୁ। ଖେଳିବାବେଳେ ଏକ ପ୍ଲାଷ୍ଟିକ ପାଣି କୁଣ୍ଡରେ ପଡ଼ିଯିବାରୁ ଜଣେ ୯ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ମୃତକ ହେଲେ ନବରଙ୍ଗପୁର ଥାନା ଅଧୀନ ବଡ଼ଡାଇଭଟ୍ଟା ଗ୍ରାମର ଯୁଗଳ ଭତରାଙ୍କ ପୁଅ ବାବୁଲା।
ସୂଚନାନୁଯାୟୀ, ଯୁଗଳ ଆନ୍ଧ୍ରରେ ଦାଦନ ଶ୍ରମିକ ଭାବେ କାମ କରନ୍ତି। ଘରେ ତାଙ୍କ ସ୍ତ୍ରୀ ଶୁକଦେଈ ୯ ମାସର ପୁଅ ବାବୁଲା ଓ ୬ ବର୍ଷର ଝିଅ ରୁହନ୍ତି। ବାବୁଲା ଓ ତାଙ୍କ ବଡ଼ ଭଉଣୀ ସୋମବାର ଘର ବାହାରେ ଖେଳୁଥିଲେ। ଏହି ସମୟରେ ଶୁକଦେଈ ଶୌଚ ହେବାକୁ ଯାଇଥିଲେ। ବାବୁଲା ଘର ବାହାରେ ଥିବା ପ୍ଲାଷ୍ଟିକ ପାଣି ଟବ୍‌ ପାଖରେ ପହଞ୍ଚତ୍ ଖେଳୁଥିବା ବେଳେ ତା’ ଭିତରରେ ପଡ଼ିଯାଇଥିଲେ। ଶୌଚ ସାରି ଶୁକଦେଈ ତାଙ୍କୁ ଖୋଜିଲା ବେଳେ ସେ ପାଣି ଟବ୍‌ରେ ପଡ଼ିଥିବା ଦେଖିଥିଲେ। ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ସେଠାରେ ବାବୁଲାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ନବରଙ୍ଗପୁର ପୋଲିସ ଡାକ୍ତରଖାନାରେ ପହଞ୍ଚତ୍ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୫/୨୧) ରୁଜୁ କରି ତଦନ୍ତ ଚାଲିଥିବା ନବରଙ୍ଗପୁର ସବ୍‌ଇନ୍ସପେକ୍ଟର ପୂର୍ଣ୍ଣିମା ଟେଟେ କହିଛନ୍ତି।

Share