ସରପଞ୍ଚ ପଦବୀ ପାଇଁ ମଇଦାନରେ ୯ ମାସର ଗର୍ଭବତୀ

ନୂଆପଡ଼ା ଅଫିସ,୭।୨: ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ଜୋର ଧରିବାରେ ଲାଗିଛି। ଏଭଳିସ୍ଥିତିରେ ଜଣେ ୯ ମାସର ଗର୍ଭବତୀ ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ସେ ହେଲେ ନୂଆପଡ଼ା ସଦର ବ୍ଲକ ସାହିପଲା ପଞ୍ଚାୟତ ସରପଞ୍ଚ ପ୍ରାର୍ଥତ୍ନୀ ପ୍ରିୟଙ୍କା ସାହୁ।

ପ୍ରିୟଙ୍କା ଏବେ ଘରକୁ ଘର ବୁଲି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। ପ୍ରୟଙ୍କା କହିବା ମୁତାବକ, ବର୍ତ୍ତମାନ ସେ ୯ ମାସର ଗର୍ଭବତୀ । ହେଲେ ପଞ୍ଚାୟତବାସୀଙ୍କ ସେବା କରିବାକୁ ସେ ଆଗେଇ ଆସିଛନ୍ତି। ଏନେଇ ତାଙ୍କୁ କୌଣସି କଷ୍ଟ ହେଉନାହିଁ। ତାଙ୍କୁ ସ୍ବାମୀ ସନ୍ତୋଷ କୁମାର ସାହୁ ଏବଂ ପରିବାର ଲୋକଙ୍କ ସହ ଗ୍ରାମବାସୀ ସହଯୋଗ କରୁଛନ୍ତି। ସେ ବିଜୟୀ ହେଲେ ପଞ୍ଚାୟତର ବିକାଶ ନେଇ କାମ କରିବି ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି।

Share