ଆଇଟିଆଇ ହଷ୍ଟେଲର ୯ ମାସର ଫି’ ଛାଡ଼

ଭୁବନେଶ୍ୱର, ୪।୨(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇଟିଆଇରେ ପଢୁଥିବା ଛାତ୍ରୀଛାତ୍ରଙ୍କ ୯ ମାସର ହଷ୍ଟେଲ ଫି’ ଛାଡ଼ କରାଯାଇଛି। ଏହାଦ୍ବାରା ସରକାରୀ ଆଇଟିଆଇରେ ପଢ଼ୁଥିବା ରାଜ୍ୟର ୩୦ହଜାର ଛାତ୍ରୀଛାତ୍ର ଉପକୃତ ହେବେ। ନିର୍ଦ୍ଦେଶ ଅନୁଯାୟୀ, ୨୦୨୦ ଏପ୍ରିଲରୁ ଡିସେମ୍ବର ପର୍ଯ୍ୟନ୍ତ ହଷ୍ଟେଲ ଫି’ ଛାଡ଼ କରାଯାଇଛି। କୋଭିଡ୍‌ ଯୋଗୁ ଏହି ସମୟରେ ଛାତ୍ରୀଛାତ୍ର ହଷ୍ଟେଲରେ ରହୁ ନ ଥିଲେ। ଆଇଟିଆଇ ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରମାନେ ଦେୟ ବାବଦରେ ମାସିକ ୧୨୫ ଟଙ୍କା ଦେଇଥାନ୍ତି। ତେଣୁ ପ୍ରତ୍ୟେକ ଛାତ୍ରୀଛାତ୍ର ୯ ମାସରେ ୧,୧୨୫ ଟଙ୍କା ହଷ୍ଟେଲ ଫି’ ଛାଡ଼ ପାଇବେ।

Share