ରାଜ୍ୟରେ ଆଉ ୯ଜଣଙ୍କ ଜୀବନ ନେଲା କରୋନା: ମୃତ୍ୟୁ ସଂଖ୍ୟା ୩୯୯କୁ ବୃଦ୍ଧି

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଉଦ୍‌ବେଗଜନକ ହେବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ରାଜ୍ୟରେ ପୁଣି କରୋନାଜନିତ ୯ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩୯୯କୁ ବୃଦ୍ଧି ପାଇଛି।

କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟରେ ସର୍ବାଧିକ କଟକର ୩ ଜଣ ରହିଥିବା ବେଳେ ସୁନ୍ଦରଗଡ଼ର ୨, ବଲାଙ୍ଗୀର ୧, ଗଞ୍ଜାମ ୧, ମାଲକାନଗିରି ୧ ଓ ରାୟଗଡ଼ାର ଜଣେ ରହିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫,୫୩୭ରେ ପହଞ୍ଚିଛି। ସେଥିମଧ୍ୟରୁ ୫୦,୫୦୩ ସୁସ୍ଥ ହୋଇଥିବା ବେଳେ ୨୪,୫୮୨ ଚିକିତ୍ସାଧିନ ଓ ୩୯୯ଜଣଙ୍କ ମୃତ୍ୟୁ ଘଟିଛି।

Share