Categories: ଜାତୀୟ

ଶପଥ ନେଲେ ୯ ନୂଆ ମନ୍ତ୍ରୀ

ରାୟପୁର,୨୩ା୧୨: ଛତିଶଗଡ଼ କ୍ୟାବିନେଟ୍‌ରେ  ଜଣ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ଫଳରେ ମୋଟ ମନ୍ତ୍ରୀ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ରାଜଭବନରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଭାଜପାର ୯ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ସହ ୨ ଜଣ ଉପମୁଖ୍ୟମନ୍ତ୍ରୀ ଅରୁଣ ସାଓ ଏବଂ ବିଜୟ ଶର୍ମା ଶପଥ ନେଇଥିଲେ। ଶୁକ୍ରବାର ଶପଥ ନେଇଥିବା ନୂଆ ମନ୍ତ୍ରୀମାନେ ହେଲେ ବ୍ରିଜମୋହନ ଅଗ୍ରଓ୍ବାଲ, ରାମବିଚାର ନେତମ, କେଦାର କାଶ୍ୟପ, ଦୟାଲଦାସ ବଘେଲ, ଓ.ପି. ଚୌଧାରୀ, ଟଙ୍କରାମ ବର୍ମା, ଲକ୍ଷ୍ମୀ ରାଜଓ୍ବାଡେ, ଶ୍ୟାମ ଜୟସ୍ବାଲ ଏବଂ ଲଖନଲାଲ୍‌ ଦଓ୍ବୋଙ୍ଗନ।

Share