ରାତ୍ର ୯ରୁ ଭୋର୍‌ ୫: ଘରୁ ବାହାରିବା ମନା

ଚଣ୍ଡିଗଡ଼,୧୮।୩: ପଞ୍ଜାବରେ କରୋନା ସଂକ୍ରମଣ ବଢ଼ିଚାଲିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ ହଜାର ୪୫ ଜଣଙ୍କର ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେହିପରି ଏହି ସମୟ ମଧ୍ୟରେ କରୋନା ଯୋଗୁ ୩୯ ଜଣଙ୍କର ମୃତ୍ୟୁ ଘଟିଛି। ଏପରିସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୯ଟି ଜିଲାରେ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ରାତ୍ର ୯ରୁ ଭୋର୍‌ ୫ ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ବାହାରିବା ମନା କରାଯାଇଛି। ମନା ଅମାନିଆଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ କ୍ୟାପେଟନ୍‌ ଅମରିନ୍ଦର ସିଂଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଅଧିକ ସଂଖ୍ୟକ ଲୋକଙ୍କଠାରେ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, ମେଦବହୁଳତା ଆଦି ସମସ୍ୟା ଥିବାରୁ ସରକାରଙ୍କ ପକ୍ଷରୁ କରୋନା ମାର୍ଗଦର୍ଶିକା ପାଳନକୁ କଡ଼ାକଡ଼ି କରାଯାଇଛି।

Share