ବର୍ଷକରେ କରୋନା ଟିକା ନେଇ ୯ ଜଣଙ୍କ ମୃତ୍ୟୁ, କୋଭିଶିଲ୍ଡ ନେଇ ୮-କୋଭାକ୍ସିନ ଯୋଗୁ ଜଣେ…

ନୂଆଦିଲ୍ଲୀ, ୨୧।୪ : କରୋନା ଟିକା ନେବା ପରେ ଘଟିଥିବା ପାର୍ଶ୍ୱ ପ୍ରତିକ୍ରିୟା  ଘଟଣାଗୁଡ଼ିକ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ କମିଟି (ଏଇଏଫ୍‌ଆଇ) ଅନୁଯାୟୀ, ଫେବୃଆରୀ ୨୦୨୧ରୁ ଲକ୍ଷ ଲକ୍ଷ କରୋନା ଟିକାର ଡୋଜ ଦିଆଯାଇଥିବା ବେଳେ କେବଳ ନଅ ଜଣଙ୍କର ମୃତ୍ୟୁ ଏହାକୁ ନେବା ପରେ ଘଟିଥିବା ସୂଚନା ମିଳିଛି।

କମିଟି ଅନୁଯାୟୀ, କରୋନା ଟିକା ନେବା ପରେ ଏହି ନଅ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କର ଟିକାର ପ୍ରତିକ୍ରିୟା ଯୋଗୁ ମୃତ୍ୟୁ ଘଟିଛି। ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଘଟଣା ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ଜମ୍ମୁ-କଶ୍ମୀରରେ କେରଳ, ହରିୟାଣା ଏବଂ ଚଣ୍ଡିଗଡ଼ରେ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଆଠ ଜଣ କୋଭିଶିଲ୍ଡ ଏବଂ ଜଣେ କୋଭାକ୍ସିନ ଟିକା ନେଇ ଥିଲେ।

ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ନଅ ଜଣଙ୍କଠାରେ ଟିକା ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଆନାଫିଲେକ୍ସିସ, ଥ୍ରୋମ୍ବୋସିସ ଏବଂ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ ଦେଖିବାକୁ ମିଳିଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରତି ୧୦ ଲକ୍ଷରେ ଫ୍ଲୁ ଟିକା ଯୋଗୁ ପ୍ରାୟ ୧.୩ ପ୍ରତିଶତଙ୍କଠାରେ ଆନାଫିଲେକ୍ସିସର ଆନୁମାନିକ ଘଟଣା ଦେଖିବାକୁ ମିଳିଥାଏ। ରିପୋର୍ଟରେ କୁହାଯାଇଛି, ମୋଟାମୋଟି ଭାବେ, ଟିକାକରଣର ସୁଫଳ ଅଧିକ ଥିବାବେଳେ କ୍ଷତି କମ୍‌ ରହିଥାଏ। ଏକ ସତର୍କତାମୂଳକ ପଦକ୍ଷେପ ଭାବରେ, କ୍ଷୟକ୍ଷତିର ସମସ୍ତ ଲକ୍ଷଣଗୁଡିକ ନିରନ୍ତର ଏବଂ ସମୟାନୁସାରେ ଟ୍ରାକିଂ କରାଯାଉଛି ଏବଂ ସମୀକ୍ଷା କରାଯାଉଥିବା ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଇତିମଧ୍ୟରେ ଦେଶରେ ପ୍ରଥମ, ଦ୍ୱିତୀୟ ଏବଂ ବୁଷ୍ଟର ଡୋଜ ସମେତ ୧୮୭ କୋଟି ୧୦ ଲକ୍ଷରୁ ଅଧିକ ଟିକା ପ୍ରଦାନ ସରିଛି। ସେଲୁଲାର୍‌ ଏବଂ ମଲିକୁଲାର ବାୟୋଲୋଜି (ସିସିଏମ୍ବି)ର ପୂର୍ବତନ ନିର୍ଦ୍ଦେଶକ ରାକେଶ ମିଶ୍ର କହିଛନ୍ତି ଯେ ଟିକାକରଣର ବୃହତ ମାତ୍ରାର ଡୋଜ୍‌ ପ୍ରଦାନ ସହିତ ରେକର୍ଡ ହୋଇଥିବା ପ୍ରତିକୂଳ ଘଟଣା ସଂଖ୍ୟା ବହୁତ କମ ରହିଛି। ବିଶ୍ୱବ୍ୟାପୀ ବ୍ୟବହୃତ ସମସ୍ତ ଟିକା ସୁରକ୍ଷିତ ଥିବା ଜଣାପଡିଛି। ଟିକା ମୃତ୍ୟୁ ପଛରେ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା କିମ୍ବା ଅନ୍ୟ କିଛି ଜଟିଳତା ରହିଥାଇପାରେ।

ଟିକାକରଣ ବିଭାଗ ପକ୍ଷରୁ ଇତିମଧ୍ୟରେ ମୋଟ ୧,୧୧୨ ପାର୍ଶ୍ୱପ୍ରତିକ୍ରିୟା ଘଟଣା ଏବଂ ୩୯୧ ମୃତ୍ୟୁ ସମ୍ପର୍କରେ ୧୩ ଟି ରିପୋର୍ଟ ଜାରି କରିଛି। ସେଥିମଧ୍ୟରୁ ଅଧିକାଂଶ ସଂଯୋଗ ଭାବରେ ବର୍ଗୀକୃତ ହୋଇଛି। ଟିକା ନେଇ ୯ ଜଣଙ୍କ ମୃତ୍ୟୁ ହେବା ସହିତ ପ୍ରାୟ ୪୫ ଜଣଙ୍କୁ ଆକସ୍ମିକ ଅସ୍ପଷ୍ଟ ମୃତ୍ୟୁ ଶ୍ରେଣୀଭୁକ୍ତ କରାଯାଇଛି। କାରଣ କମିଟି କ୍ଲିନିକାଲ ସୂଚନା, ପୋଷ୍ଟମର୍ଟମ ରିପୋର୍ଟ କିମ୍ବା ଅନ୍ୟ କୌଣସି ପ୍ରମାଣ ଖୋଜି ପାଇ ନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share