Categories: ଜାତୀୟ

ହିମାଚଳ ପ୍ରଦେଶରେ ବର୍ଷା: ୯ ମୃତ, ଆଗାମୀ ୫ ଦିନ ବର୍ଷା ନେଇ ପୂର୍ବାନୁମାନ

ଶିମଲା,୨୭।୬: ଜୁନ ୨୪ରେ ମୌସୁମୀ ହିମାଚଳ ପ୍ରଦେଶରେ ପହଞ୍ଚିଛିା। ପ୍ରବଳ ବର୍ଷା ଯୋଗୁ ଏ ପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି। ଚାରିଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ୨୮ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ତେବେ ଆନୁମାନିକ କ୍ଷତି ପ୍ରାୟ ୧୦୪ କୋଟି ଟଙ୍କା ହୋଇଥିବା ନେଇ ମୁଖ୍ୟ ସଚିବ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ଓଙ୍କାର ଚାନ୍ଦ ଶର୍ମା ସୂଚନା ଦେଇଛନ୍ତି ।

ପାଣିପାଗ ବିଜ୍ଞାନ କେନ୍ଦ୍ର ଶିମଲାର ବୈଜ୍ଞାନିକ ସନ୍ଦୀପ କୁମାର ଶର୍ମା କହିଛନ୍ତି, ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ସତର୍କ ସୂଚନା ଜାରି ରହିଛି। ମଙ୍ଗଳବାର ପାଇଁ ଅରେଞ୍ଜ ଆଲର୍ଟ ଏବଂ ବୁଧବାର ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଜୁନ ମାସରେ ହାରାହାରି ବୃଷ୍ଟିପାତ ହେବାର ସମ୍ଭାବନା ଅଛି।

 

Share