କଟକରେ ଆଉ ୯ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୧୭।୭: କଟକ ସହରରେ ଶୁକ୍ରବାର ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ସଂକ୍ରମିତ ସଂଖ୍ୟା ୩୨୩କୁ ବୃଦ୍ଧି ପାଇଛି। ସେଥିରୁ ୧୮୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୫ ଆକ୍ଟିଭ୍‌ କେସ୍‌ ଅଛନ୍ତି। ସେହିଭଳି ୭ଜଣଙ୍କ ମୃତ୍ୟୁ ଘଟିଥିବା କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୪ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌, ୨ ହୋମ୍‌ କ୍ୱାରାଣ୍ଟାଇନ୍‌ ଏବଂ ୩ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ଲୋକାଲ କେସ୍‌ଗୁଡ଼ିକ ତେଲେଙ୍ଗା ବଜାର, ପାଇକ ସାହି ଏବଂ ପୁରୀ ଘାଟରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

Share