୯ କଏଦୀ କରୋନା ସଂକ୍ରମିତ

କେନ୍ଦୁଝର,୧୨।୫(ସ୍ବ.ପ୍ର.): କେନ୍ଦୁଝର ଜିଲା କାରାଗାରରେ ୯ କଏଦୀ ଓ ଜଣେ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। କିଛିଦିନ ତଳେ ଜଣେ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏଥିପାଇଁ ତାଙ୍କ ସହ ରହୁଥିବା ୩୦ କଏଦୀଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଏହା ପରେ ଏହି ୯ ଜଣଙ୍କୁ ଜେଲ୍‌ ପରିସରରେ ଥିବା ସ୍ବତନ୍ତ୍ର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି। ଜେଲ୍‌ ତଥା ଜିଲା ମୁଖ୍ୟ ଡାକ୍ତରଖାନାର ଡାକ୍ତର ଆସି ସେମାନଙ୍କୁ ଚିକିତ୍ସା କରୁଥିବା ସୁପରିଟେଣ୍ଡେଣ୍ଟ କୁଅଁର ମାରାଣ୍ଡି କହିଛନ୍ତି।

Share