ମଧ୍ୟାହ୍ନଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ୯ ଜଣ ଘରକୁ ଫେରିଲେ, ଜଣେ ବ୍ରହ୍ମପୁର ସ୍ଥାନାନ୍ତର

ଦାରିଙ୍ଗବାଡି,୯ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଖାଇ ୩୬ ଛାତ୍ରୀଛାତ୍ର ଅସୁସ୍ଥ ଓ ୧୨ ଗୁରୁତରଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ରବିବାର ୯ ଛାତ୍ରୀଛାତ୍ର ସୁସ୍ଥ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରୁ ଘରକୁ ଫେରିଥିବାବେଳେ ଆଉ ୩ ଜଣ ତଥା ଚତୁର୍ଥ ଶ୍ରେଣୀର ଲୁଇସା ପରିଚ୍ଛାଙ୍କ ସମେତ ଅଷ୍ଟମ ଶ୍ରେଣୀର ନିକିତା ପ୍ରଧାନ ଏବଂ ସପ୍ତମ ଶ୍ରେଣୀର ଆଦ୍ୟାଶା ନାୟକ ଚିକିତ୍ସାଧୀନ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଲୁଇସାଙ୍କ ପେଟ କାଟିବା ବୃଦ୍ଧି ପାଇବାରୁ ଅଧିକା ଚିକିତ୍ସା ପାଇଁ ଡାକ୍ତର ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସରେ ବ୍ରହ୍ମପୁର ପଠାଇଛନ୍ତି। ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ ପୀଡ଼ିତାଙ୍କ ପରିବାରକୁ ୫ ହଜାର ସହାୟତା ରାଶି ଦେଇଛନ୍ତି।

Share