ପଦ୍ମ ଧରିଲେ ୯ ସମିତି ସଭ୍ୟାସଭ୍ୟ

କୁଜଙ୍ଗ,୩୦।୯(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ୯ ଜଣ ସମିତି ସଭ୍ୟାସଭ୍ୟ ରବିବାର ରାତିରେ ବିଜେଡି ଛାଡ଼ି ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ଏହା ଦ୍ୱାରା ଭାଜପା ସଦସ୍ୟ ସଂଖ୍ୟା ୧୨ରେ ପହଞ୍ଚତ୍ଛି। ଫଳରେ ୨୮ ସଦସ୍ୟ ବିଶିଷ୍ଟ ପଞ୍ଚାୟତ ସମିତିର ଅଧ୍ୟକ୍ଷାଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିବା ତ୍ରିଲୋଚନ ତରାଇଙ୍କ ନେତୃତ୍ୱରେ ଜିରୋ ପଏଣ୍ଟସ୍ଥିତ ଭାଜପା କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପାରାଦୀପ ବିଧାୟକ ତଥା ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏଥିରେ ଯୋଗଦେଇ ଉତ୍ତରୀୟ ପକାଇ ସମସ୍ତଙ୍କୁ ଦଳରେ ସାମିଲ କରିବା ସହ ସ୍ବାଗତ କରିଥିଲେ। ଏହି ଅବସରରେ ମନ୍ତ୍ରୀ ସମ୍ପଦ କହିଥିଲେ, ଭାଜପା ନିର୍ବାଚିତ ପ୍ରତିନିଧିମାନଙ୍କୁ ସବୁବେଳେ ସମ୍ମାନ ଦିଏ ଓ ସ୍ବାଧୀନ ଭାବେ କାମ କରିବାର ସୁଯୋଗ ଦିଏ। ବିଗତ ସରକାରରେ ପାରାଦୀପରେ ମାଫିଆରାଜ ଚାଲିଥିଲା ।
ପାରାଦୀପ ପୌରାଞ୍ଚଳଠାରୁ କୁଜଙ୍ଗ ବ୍ଲକ ପର୍ଯ୍ୟନ୍ତ ଯେଉଁମାନେ ବିଜେଡିର ନେତୃତ୍ୱ ନେଉଛନ୍ତି ସେମାନଙ୍କ ମଧ୍ୟରେ ହତ୍ୟାକାରୀ ଓ ମାଫିଆ ରହିଛନ୍ତି।
ଭାଜପାରେ ସାମିଲ ହୋଇଥିବା ସଭ୍ୟାସଭ୍ୟମାନେ ହେଲେ କୁଜଙ୍ଗ ପଞ୍ଚାୟତ ସମିତି ସଭ୍ୟା ସସ୍ମିତା ନାୟକ, ମଙ୍ଗରଜପୁର ସମିତି ସଭ୍ୟା ପଙ୍କଜିନୀ ତରାଇ, ଗୋରଡ ସମିତିସଭ୍ୟା ମେନକା ପରିଡ଼ା, ଭୂତମୁଣ୍ଡାଇ ସମିତି ସଭ୍ୟ କେଦାର ମାଝି, ଗରେଇ ସମିତି ସଭ୍ୟା ଦୀପ୍ତିମୟୀ ପଣ୍ଡା, ବଗଦିଆ ସମିତି ସଭ୍ୟ ପବିତ୍ର ସେଠୀ, ପାଟପୁର ସଭ୍ୟ ଜ୍ୟୋତି ପ୍ରକାଶ ପାଣି, ଗଣ୍ଡକିପୁର ସମିତିସଭ୍ୟା ବିଲିନା ସାମଲ ଓ ବାଲିଆ ସଭ୍ୟ ହପିନା ଦାସ। ସଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ସମାବେଶରେ ଭାଜପା ଜିଲା ସମ୍ପାଦକ ତପନ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏରେଣ୍ଡେଇ ସରପଞ୍ଚଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ଥାବ କରୋମ ଅଭାବରୁ ବାତିଲ

ପାଟଣା,୩୦।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତର ସରପଞ୍ଚ ପାର୍ବତୀ ଦେହୁରୀଙ୍କ ବିରୋଧରେ ସୋମବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅନାସ୍ଥା ପ୍ରସ୍ତାବ...

ଚାଲିଥିଲା କାମ, ହଠାତ୍‌ ଜିଲାପାଳଙ୍କ ଅଫିସରେ ଲାଗିଗଲା ନିଆଁ

ଖୋର୍ଦ୍ଧା ,୩୦।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାପାଳଙ୍କ ଅଫିସରେ ଲାଗିଲା ନିଆଁ। ଇନଭଟର୍ର ବ୍ୟାଟେରୀ ଫାଟି ଏହି ଅଗ୍ନିକାଣ୍ଡ ଘଟିଛି। ଫଳରେ ନିଆ ଲାଗି କିଛି କାଗଜ...

ଟ୍ରକ ପଛ ପଟକୁ ଧକ୍କା ଦେଲା ବସ,ହେଲ୍ପର୍‌ ମୃତ

ଯାଜପୁର, ୩୦।୯(ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଜାରକା ଛକ ନିକଟ ଟ୍ରକ ପଛ ପଟେ...

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିରାକାରପୁର,୩୦।୯(ମାନସ ଚନ୍ଦ୍ର ପଟ୍ଟନାୟକ): ଗଛ ଡାଳରୁ ସୋମବାର ଜଣେ ଛାତ୍ରଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ...

ବବିଙ୍କ ଆହ୍ବାନ କହିଲେ…

ରସୁଲପୁର,୩୦।୯(ରଞ୍ଜିତ ରାଉତ): ଯାଜପୁର ଜିଲା କୋରେଇ ନିର୍ବାଚନମଣ୍ଡଳୀର ରସୁଲପୁର ବ୍ଲକ ଶାଖା ବିଜେଡି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ରବିବାର ସନ୍ଧ୍ୟାରେ କୁଆଖିଆସ୍ଥିତ ଏସ୍‌କେ ଲଜିଂ...

କୂଅରୁ ହାତୀକୁ ଉଦ୍ଧାର କଲା ବନବିଭାଗ

କେସିଙ୍ଗା, ୩୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ଅଧିନସ୍ଥ ସୌରାପଦର ଗ୍ରାମ ନିକଟରେ ଥିବା କାଜୁବାଦାମ ପରିସରରେ ଏକ କୂଅରେ ହାତୀ ପଡିଥିବାର ଜାଣି...

ଗାଁ ଗାଁ ରେ ବିକ୍ରି ହେଉଛି ଦେଶୀ ବିଦେଶୀ ମଦ, ନିରବଦ୍ରଷ୍ଟା ସାଜିଛି ଅବକାରୀ ବିଭାଗ

ଅମରପାଲି,୩୦।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ସବୁଠି ମିଳୁଛି ଦେଶୀ ବିଦେଶୀ ମଦ। ପାନ ଦୋକାନ,ତେଜରାତି ଦୋକାନଠୁ ଆରମ୍ଭ କରି ପ୍ରତି ଗ୍ରାମର ଛକ...

ଅନ୍ୟର ଜମି ଦେଖାଇ ସାଢ଼େ ୫ଲକ୍ଷ ଟଙ୍କା ନେଇଗଲେ

ଡେରାବିଶ,୩୦।୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍‌ ଅଞ୍ଚଳରେ ଜମି ବ୍ୟବସାୟୀଙ୍କ ରାଜ୍‌ ଚାଲିଛି। ଜମି ଯୋଗାଇ ଦେବା ଆଳରେ କେତେଜଣ ବ୍ୟକ୍ତି ଅନ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri