Categories: ଜାତୀୟ

୯ କୁଳପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ: ରାଜ୍ୟପାଳଙ୍କୁ ଟାର୍ଗେଟ କଲେ ଶିକ୍ଷାମନ୍ତ୍ରୀ…

ଥିରୁଭାନନ୍ତପୁରମ୍‌,୨୪।୧୦ : କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ନଅ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିବାରୁ ରାଜ୍ୟରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆହୁରି ତୀବ୍ର ହୋଇଛି। ଶାସକ ବାମପନ୍ଥୀ ଗଣତାନ୍ତ୍ରିକ ଫ୍ରଣ୍ଟ(ଏଲଡିଏଫ୍‌) ଏହାକୁ ବିରୋଧ କରିଛି। ଏହାକୁ ନେଇ ରାଜ୍ୟପାଳଙ୍କୁ ରାଜ୍ୟ ଶିକ୍ଷା ମନ୍ତ୍ରୀ ଆର ବିନ୍ଦୁ କହିଛନ୍ତି ଯେ ଏହି ନିର୍ଦ୍ଦେଶ ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି କରିଛି।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ନିୟମକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଆଦେଶକୁ ଦୃଷ୍ଟିରେ ରଖି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ରାଜ୍ୟର ନଅ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ସୋମବାର ସକାଳେ ଇସ୍ତଫା ଦେବାକୁ କହିଛନ୍ତି।

କେରଳ ଉଚ୍ଚଶିକ୍ଷା ମନ୍ତ୍ରୀ ଆର ବିନ୍ଦୁ ଏହି ପଦକ୍ଷେପକୁ ନିନ୍ଦା କରି କହିଛନ୍ତି ଯେ ଇତିହାସରେ ଦେଶର କୌଣସି ରାଜ୍ୟପାଳ ଏପରି କାର୍ଯ୍ୟ କରିଛନ୍ତି କି? ଏହା ସରକାରୀ କାର୍ଯ୍ୟକଳାପରେ ହସ୍ତକ୍ଷେପ କରିବାର ପ୍ରୟାସ।ଆମର ବିଶ୍ୱବିଦ୍ୟାଳୟଗୁଡିକ ଅସାଧାରଣ ସଫଳତା ହାସଲ କରୁଛନ୍ତି କିନ୍ତୁ ରାଜ୍ୟପାଳଙ୍କ ଏହି ପଦକ୍ଷେପ ଯୋଗୁଁ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି ।

ଯେଉଁ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତିମାନେ ଇସ୍ତଫା ଦେବାକୁ କୁହାଯାଇଛି, ସେସବୁ ମଧ୍ୟରେ କେରଳ ବିଶ୍ୱବିଦ୍ୟାଳୟ, ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ, କୋଚିନ ବିଶ୍ୱବିଦ୍ୟାଳୟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, କନ୍ନୁର ବିଶ୍ୱବିଦ୍ୟାଳୟ, ଏପିଜେ ଅବଦୁଲ କଲାମ ବୈଷୟିକ ବିଶ୍ୱବିଦ୍ୟାଳୟ, ଶ୍ରୀ ଶଙ୍କାରାଚାର୍ଯ୍ୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, କାଲିକଟ ବିଶ୍ୱବିଦ୍ୟାଳୟ ଏବଂ ଥୁଞ୍ଜଥ ଏଜୁଥାଚାନ ମାଲାୟାଲମ ବିଶ୍ୱବିଦ୍ୟାଳୟ ଅନ୍ତର୍ଭୁକ୍ତ।

Share